IBN ଓଡ଼ିଶା ବ୍ୟୁରୋ

ତ୍ୱଚାରେ ଚମକ ଆଣେ ବାଦାମ ଫେସ୍ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଋତୁ ପରିବର୍ତ୍ତନରେ ତ୍ୱଚା ଜନିତ ଅନେକ ସମସ୍ୟା ଦେଖାଯିବା ସହ ତ୍ୱଚାରେ ଶୁଷ୍କତା ଦେଖାଯାଇଥାଏ । ଏନେଇ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି । ବେଳେବେଳେ ଲୋକମାନେ ବଜାରରୁ ମହଙ୍ଗା ପ୍ରଡକ୍ଟ ମଧ୍ୟ ଆଣି ବ୍ୟବହାର କରିଥାନ୍ତି କିନ୍ତୁ ଏସବୁ ଖୁବ୍ କମ ସମୟ କାମ କରିଥାଏ । ଏନେଇ ଆଜି ଆମେ ଆପଣଙ୍କୁ ବାଦାମ ନାଇଟ୍ କ୍ରିମ୍ ବିଷୟରେ ଜଣାଇବୁ, ଯାହାକୁ ବ୍ୟବହାର କରି ଆପଣ ତ୍ୱଚାରୁ ଶୁଷ୍କପଣ ଦୂର କରିବା ସହ ତ୍ୱଚାକୁ କୋମଳ ରଖିପାରିବେ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ନାଇଟ୍ କ୍ରିମ୍‌. . .

creamବାଦାମ ତ୍ୱଚାକୁ ପୋଷଣ ଦେଇଥାଏ, ଯାହାଦ୍ୱାରା ତ୍ୱଚାରୁ ଶୁଷ୍କତା ଦୂର ହୋଇଥାଏ । ଏଥିସହ ତ୍ୱଚାରୁ ବ୍ରଣ, ଡାର୍କ ସ୍ପଟ୍ ଏବଂ ରିଂକଲ୍ସ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହି କ୍ରିମ୍ କୁ ଯଦି ଆପଣ ପ୍ରତ୍ୟେକ ଦିନ ରାତିରେ ବ୍ୟବହାର କରିବେ ତେବେ ଖୁବ୍ ଶୀଘ୍ର ତ୍ୱଚାରେ ଉଜ୍ୱଳତା ଫେରିପାଇବେ ।

ବାଦାମ ନାଇଟ୍ କ୍ରିମ୍ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ:

୨ ଚାମଚ ବାଦାମ ତେଲ
୨ ଚାମଚ ଏଲୋବେରା ଜେଲ୍‌
୨ ରୁ ୩ ବୁନ୍ଦା ଗୋଲାପ ଜଳ
୧ ଚାମଚ କୋକୋ ବଟର
୧ ଚାମଚ ମହୁ

packକିପରି କରିବେ ପ୍ରସ୍ତୁତ:

ବାଦାମ ନାଇଟ୍ କ୍ରିମ୍ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ କୋକୋ ବଟର ଏବଂ ବାଦାମ ତେଲ ପକାନ୍ତୁ । ଏବେ ଏହି ୨ଟି ଜିନିଷକୁ ହାଲୁକା ଗରମ କରିଦିଅନ୍ତୁ । କୋକୋ ବଟର ଭଲଭାବେ ତରଳି ଯିବା ପରେ ସେଥିରେ ଏଲୋବେରା ଜେଲ୍‌, ଗୋଲାପ ଜଳ ଏବଂ ମହୁ ପକାନ୍ତୁ । ଏବେ ଏହି ସବୁ ଜିନିଷକୁ ଭଲଭାବେ ମିଶାଇଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଏକ ଏୟାର ଟାଇଟ୍ ଡବାରେ ରଖିଦିଅନ୍ତୁ । ଏହାକୁ ପ୍ରତିଦିନ ରାତିରେ ତ୍ୱଚାରେ ଲଗାନ୍ତୁ । ବହୁତ ଜଲଦି ଆପଣ ନିଜେ ଫରକ୍ ଅନୁଭବ କରିପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button