ଡକାୟତି ଉଦ୍ୟାମ ବେଳେ କାବୁ କଲା ପୁଲିସ – Ibnodisha

[ad_1]
ଭୁବନେଶ୍ୱର : ଡ଼କାୟତି କରିବାକୁ ଯୋଜନା କଲା ବେଳେ ୫ ଜଣଙ୍କୁ କାବୁ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ସେମାନେ ହେଲେ ଗଗନ ନାୟକ ଓରଫ କପୁନା(୩୦), ରାକେଶ କୁମାର ଭଗତ(୩୪), ବାବୁ ଲେଙ୍କା ଓରଫ ସଂଗ୍ରାମ କେଶରୀ ପ୍୍ରଧାନ(୪୧), ଟୁକୁନା ଓରଫ ସାଜଦ ଖାନ (୩୧) ଏବଂ ସଞ୍ଜୟ ବେହେରା ଓରଫ ସଞ୍ଜୁ (୨୮) ।ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ନିକଟସ୍ଥ ସନ୍ତୋଷି ବିହାର ଗଙ୍ଗୁଆ ନାଳ ନିକଟରେ ଗୋଟିଏ ଗ୍ରୁପ୍ ଯୁବକ ଚୋରି କରିବା ପାଇଁ ଉଦ୍ୟାମ କରୁଥିବାର ସୂଚନା ଲକ୍ଷ୍ମୀସାଗର ଥାନାଧିକାରୀ ପାଇଥିଲେ ।
ଖବର ଆଧାରରେ ଉକ୍ତ ଥାନାରେ ଏକ ପୁଲିସ ଟିମ ଗତ କାଲି ରାତିରେ ସନ୍ତୋଷି ବିହାର ଗଙ୍ଗୁଆ ନାଳ ନିକଟରେ ଅତର୍କିତ ଚଢଉ କରିବା ସହ ଉକ୍ତ ୫ ଜଣ ଯୁବକଙ୍କୁ କାବୁ କରିଥିଲେ ଜଣେ ସେଠାରୁ ଫେରାର ହେବାରେ ସଫଳ ହୋଇଥିଲେ । ସେମାନଙ୍କଠାରୁ ପୁଲିସ ଡକାୟତି ସମୟରେ ବ୍ୟବହାର କରିବା ପାଇଁ ରଖିଥିବା ଲୁହା ରଡ୍, ୩ଟି ଭୁଜାଲି, ହାତୁଡି ଏବଂ ବିଆର ବୋତର ଭଳି ମାରଣାସ୍ତ୍ର ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ । ଅଭିଯୁକ୍ତ ମାନଙ୍କର ପୂର୍ବଚରିତ ଅପରାଧିକ ଯାଞ୍ଚ ବେଳେ ସେମାନେ ଦୁର୍ଦ୍ଧାନ୍ତ ଅପରାଧୀ ଓ ସେମାନଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ଅନେକଗୁଡିଏ ଅପରାଧିକ ମାମଲା ରହିଛି ।ସୋନଙ୍କୁ ସିଆରପିସି ଧାରା ୧୧୦ ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
[ad_2]




