IBN ଓଡ଼ିଶା ବ୍ୟୁରୋ

ବର୍ଷର ଏହି ୩ ମାସ ଗର୍ଭଧାରଣ କଲେ ହେବ ଗର୍ଭରେ ଶିଶୁର ମୃତ୍ୟୁ, ଶିଶୁର ଓଜନ କମ୍ ଭଳି ସମସ୍ୟା, ଜାଣନ୍ତୁ ରିସର୍ଚ୍ଚ ରିପୋର୍ଟ

ଗର୍ଭଧାରଣ ସମୟରେ ମହିଳାମାନଙ୍କ ଠାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ଗର୍ଭପାତ ଠାରୁ ଆରମ୍ଭ କରି ଜନ୍ମିତ ଶିଶୁର ମୃତ୍ୟୁ ଏବଂ କମ ଓଜନର ଶିଶୁ ଜନ୍ମ ହେବା ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ଏହାରି ଭିତରେ ଗର୍ଭଧାରଣକୁ ନେଇ ବୈଜ୍ଞାନିକମାନେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । ଆମେରିକାର ଏକ ରିସର୍ଚ୍ଚ ଟିମ୍ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି ।

ଏଥିନେଇ ଏହି ରିସର୍ଚ୍ଚ ଟିମ୍ ୬ ହଜ଼ାର ଗର୍ଭବତୀ ମହିଳାଙ୍କୁ ନିଜ ଗବେଷଣାରେ ସାମିଲ କରିଥିଲା । ପ୍ରାୟ ୮ ବର୍ଷ ଧରି ଏହି ଗବେଷଣା ଚାଲିବା ପରେ ଗରମ ପାଣିପାଗ ଗର୍ଭଧାରଣକୁ ପ୍ରଭାବିତ କରୁଥିବା ନେଇ ସେମାନେ ସିଦ୍ଧାନ୍ତରେ ପହଞ୍ଚିଥିଲେ । ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ଗର୍ଭପାତ ହାର ଅଧିକ ରହିଥିବା ଏହି ଗବେଷଣାରୁ ସ୍ପଷ୍ଟ ହୋଇଥିଲା । ଗର୍ଭବତୀ ହେବାର ୮ ସପ୍ତାହ ମଧ୍ୟରେ ମହିଳାଙ୍କ ଠାରେ ଗର୍ଭପାତ ଦେଖା ଦେଉଥିବା ବେଳେ ଫେବୃଆରୀ ମାସ ଅପେକ୍ଷା ଅଗଷ୍ଟରେ ୪୪ ପ୍ରତିଶତ ଅଧିକ ଗର୍ଭପାତ ହେଉଥିବା ଜଣାଯାଇଛି ।

ଗରମ ଜଳବାୟୁ ଗର୍ଭଧାରଣ ଉପରେ ପ୍ରଭାବ ପକାଉଥିବା ନେଇ ସ୍ପଷ୍ଟ ହୋଇନଥିଲେ ହେଁ ଗରମ ଅଞ୍ଚଳରେ ରହୁଥିବା ମହିଳାମାନଙ୍କ ଠାରେ ଗର୍ଭପାତର ବିପଦ ଅଧିକ ରହୁଥିବା ରିସର୍ଚ୍ଚରୁ ଜଣାପଡିଛି । ଏହା ବ୍ୟତୀତ ତାପମାତ୍ରା ବଢିଲେ ମହିଳାମାନେ ଡ଼ି-ହାଇଡ୍ରେଟ ହୋଇଥାନ୍ତି ଫଳରେ ସେମାନଙ୍କର ପଲେସେଣ୍ଟାର ବିକାଶ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହା ବ୍ୟତୀତ ଗର୍ଭବତୀ ମହିଳାମାନଙ୍କୁ ଏହି ସମୟରେ ନିଶା ସେବନ, ଭାରି କାମ କରିବା ଏବଂ ଧୂମପାନ କରିବା ଠାରୁ ଦୂରେଇ ରହିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button