ରାଜ୍ୟ

ଆସନ୍ତା ୩ଦିନ ସିଝିବ ଓଡ଼ିଶା; ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢିବ – Ibnodisha

[ad_1]

ଭୁବନେଶ୍ୱର: ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ମାର୍ଚ୍ଚର ପ୍ରଥମ ସପ୍ତାହରୁ ହିଁ ଗରମରେ ଆକ୍ତାମାକ୍ତା ଲୋକେ । ବର୍ତ୍ତମାନଠୁ ସକ୍ରିୟ ଗୁରୁଚାପ ଯୋଗୁଁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ୍ୱାୟୁ ପ୍ରବାହରେ ଦିନର ତାପମାତ୍ରା ବୃଦ୍ଧି ପାଉଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା । ଆଗାମୀ ଦୁଇ ଦିନ ଯାଏଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ବିଶେଷ ଭାବେ ଗରମର ପ୍ରବାହ ଅଧିକ ରହିବ । ସେପଟେ ରାଜ୍ୟରେ ମାର୍ଚ୍ଚର ଦ୍ୱିତୀୟ ସପ୍ତାହ ଯାଏଁ ପଶ୍ଚିମା ଝଡ଼ର ପ୍ରବାହ ରହୁଥିବାରୁ ସ୍ୱାଭାବିକଠାରୁ କିଛି ସ୍ଥାନରେ ସାମାନ୍ୟ ଅଧିକ ତାପମାତ୍ରା ରହିବା । ଆଉ କିଛି ସ୍ଥାନରେ ମେଘୁଆ ପାଗ ସହ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତରର ଆଭ୍ୟନ୍ତରୀଣ ଅଞ୍ଚଳର ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ରେ ମେଘୁଆ ପାଗ ସହ ହାଲୁକା ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ବିଭାଗ । ୩ ଦିନ ଯାଏଁ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବରଗଡ, ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ୱରରେ ହାଲୁକା ବର୍ଷ ହେବାର ସମ୍ଭାବନା ରହିଛି । ପରେ ମାର୍ଚ୍ଚର ତୃତୀୟ ଓ ଚତୁର୍ଥ ସପ୍ତାହରୁ ତାପମାତ୍ରା ବଢିବ । ଏପ୍ରିଲ ଓ ମେ ମାସରେ ତାପମାତ୍ରା ଯଥେଷ୍ଟ ବୃଦ୍ଧି ହେବ ସହ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମେ ମାସରେ ବିଶେଷ କରି ଗ୍ରୀଷ୍ମ ପ୍ରବାହ ଅଧିକ ରହିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button