ଅପରାଧ

ସ୍ତ୍ରୀର ଛୁରା ମାଡ଼ରେ ସ୍ୱାମୀ ଆହତ – Ibnodisha

[ad_1]

ନୂଆଦିଲ୍ଲୀ : ବେଙ୍ଗାଲୁରୁରୁ ଘଟିଛି ଏକ ଅଭାବନୀୟ ଘଟଣା । ବିବାହବାର୍ଷିକୀରେ ସ୍ବାମୀ ଉପହାର ନଦେବାରୁ ସ୍ତ୍ରୀ ଛୁରୀ ଭୁସି ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସ୍ତ୍ରୀର ଛୁରାମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ଜଣକ ଏକ ଘରୋଇ କମ୍ପାନିରେ କାମ କରନ୍ତି। ତାଙ୍କ ସ୍ତ୍ରୀ ଜ‌ଣେ ଗୃହିଣୀ। ନିକଟରେ ଦମ୍ପତ୍ତିଙ୍କ ବିବାହବାର୍ଷିକୀ ଥିଲା। ଏହି ଦିନ ସ୍ତ୍ରୀ ପାଇଁ ସ୍ବାମୀ ଉପହାର ନେଇ ଆସି ନଥିଲେ। ଯାହାକୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏଥିରେ ସ୍ତ୍ରୀ ରାଗି ଯାଇଥିଲେ। ରୋଷେଇ ଘରୁ ଛୁରୀ ଆଣି ସ୍ବାମୀ ପେଟରେ ଭୁସି ପକାଇଥିଲେ। ଏଥିରେ ସ୍ବାମୀ ଗୁରୁତର ଆହତ ହୋଇଥିଲେ। ବହୁତ କଷ୍ଟରେ ସେ ପଡ଼ିଶାଘର ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ପଡ଼ିଶାଲୋକ ସଙ୍ଗେସଙ୍ଗେ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରିଥି‌ଲେ।ପୀଡ଼ିତଙ୍କ କହିବାନୁସାରେ, ମୋତେ ଲାଗୁଛି ସ୍ତ୍ରୀ ମାନସିକରୋଗରେ ପୀଡ଼ିତ। କାରଣ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ସେ ଏମିତି ଅନେକ ଥର ମୋତେ ଆକ୍ରମଣ ପାଇଁ ଚେଷ୍ଟା କରିଛି। ତେଣୁ ତାକୁ ଚିକିତ୍ସା ଆବଶ୍ୟକ ବୋଲି ମୁଁ ଭାବୁଛି।’

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button