ରାଜ୍ୟ

ରାଜ୍ୟରେ ଆହୁରି ୪ଦିନ ଯାଏଁ ଲାଗିରହିବ ବର୍ଷା – Ibnodisha

[ad_1]

ଭୁବନେଶ୍ବର: ରାଜ୍ୟରେ ଜାରି ରହିବ ଅଦିନିଆ ବର୍ଷା । ଆହୁରି ୪ ଦିନ ଯାଏଁ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ ବଳୟ ଓ ପଶ୍ଚିମା ଝଡର ପ୍ରଭାବର ଲଗାତାର ତିନିଦିନ ହେବ ବର୍ଷା ଲାଗିରହିଛି । ତେବେ ପାଣିପାଗର ଏହି ଦୁଇ ୨ ନିୟାମକକୁ ଦୃଷ୍ଟିରେ ରଖି ଆଜିଠାରୁ ଆଗାମୀ ୪ ଦିନ ଯାଏ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ବର୍ଷା ସମୟରେ କୌଣସି ପ୍ରକାରର ବଡ ଧରଣର ଘଡଘଡ଼ି କିମ୍ବା ବିଜୁଳି ହେବାର ସମ୍ଭାବନା ନାହିଁ ।

ଆଜି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟାରେ କନ୍ଧମାଳ, ରାୟଗଡା, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସେହିପରି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ଯାଏଁ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସେହିପରି ଆଜି ଭୁବନେଶ୍ବରରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୩୫ ରୁ ୩୬ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ଚ୍ଚନର ସମ୍ଭାବନା ନାହିଁ । ଆସନ୍ତା ୧୧ କିମ୍ବା ୧୨ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button