ରାଜ୍ୟ

ଏକ ତରଫା ପ୍ରେମର କରୁଣ ପରିଣତି; ମହିଳାଙ୍କ ବେକକୁ କାଟିଦେଲା ପାଗଳ ପ୍ରେମିକ – Ibnodisha

[ad_1]

ଭୁବନେଶ୍ୱର: ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ । ବାହା ହେବା ପାଇଁ କହୁଥିଲେ! ହେଲେ ମହିଳା ଜଣକ ରାଜି ନହେବାରୁ ବେକ କାଟି ହତ୍ୟା କରିଥିଲେ ଏକ ତରଫା ପ୍ରେମିକ । ଗତ ୨୭ ତାରିଖରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା । ଆଜି ଏହି ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି । ହତ୍ୟାକାରୀ ହତାସିଆ ପ୍ରେମିକକୁ ଗିରଫ କରିଛି କମିଶନରେଟ୍ ପୁଲିସ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଦୀପିକା ରଞ୍ଜନ ଓ ତାଙ୍କ ସ୍ୱାମୀ କୁଞ୍ଜବିହାରି ରାଜଧାନୀ ଭୁବନେଶ୍ୱର ଝରଣା ସାହି ବସ୍ତିରେ ରହୁଥିଲେ । ଦୀପିକା ସେଠାରେ ଗୋଟିଏ ଦୋକାନ କରିଥିଲେ । ଆଉ ତାଙ୍କ ସ୍ୱାମୀ କୁଞ୍ଜବିହାରି ବାପୁଜୀ ନଗରରେ ଗୋଟିଏ ମୋବାଇଲ ଦୋକାନ କରିବା ପାଇଁ ଯୋଜନା କରୁଥିଲେ । ଦୀପିକାଙ୍କ ଦୋକାନରୁ ଯାହା ରୋଜଗାର ହେଉଥିଲା, ସେଥିରେ ଚଳୁଥିଲା ପୂରା ପରିବାର । ଏହାରି ଭିତରେ ଦୀପିକାଙ୍କ ସଂସ୍ପର୍ଶରେ ଆସିଥିଲେ କାଠ ମିସ୍ତ୍ରୀ ନନ୍ଦ କିଶୋର ଓଝା । ଆଉ ତାଙ୍କୁ ଏକ ତରଫା ଭଲ ପାଉଥିଲେ ।

ବାହା ହେବା ପାଇଁ ଦୀପିକାଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ଦୀପିକା ଏଥିରେ ରାଜି ହୋଇନଥିଲେ । ଗତ ୨୭ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ହେବ । ଦୀପିକା ନିଜ ଦୋକାନରେ ଥିଲେ । ଦୋକାନରେ ଲୋକଙ୍କ ଭିଡ଼ ଥିଲା । ଠିକ୍‌? ସମୟରେ ସେଠାରେ ପହଞ୍ଚିଥିଲେ ନନ୍ଦ କିଶୋର ଓଝା । ଉଭୟଙ୍କ ଭିତରେ ଭିତରେ ପାଟିତୁଣ୍ଡ ହୋଇଥିଲା । ପରେ ନନ୍ଦ କିଶୋର ଓଝା ଏକ ଧାରୁଆ ଅସ୍ତ୍ରରେ ଦୀପିକାଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାନରେ ତଳେ ପଡ଼ିଥିଲେ ଦୀପିକା । ଧରା ପଡ଼ିଯିବା ଭୟରେ ଚମ୍ପଟ ମାରିଥିଲା ନନ୍ଦ କିଶୋର ଓଝା । ସାହି ଲୋକ ଏନେଇ ଦୀପିକାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ । ଏଥିସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଦୀପିକାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୀପିକାଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ ମାମଲା ରୁଜୁ କାରି ଘଟଣାର ତଦନ୍ତ ଚଳାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button