ଛାଡ଼ପତ୍ର ପ୍ରାପ୍ତ ମହିଳାଙ୍କୁ ବାହା ହେଲେ ମିଳିଥାଏ ଏହି ଲାଭ , ନିଶ୍ଚିତ ଜାଣି ନିଅନ୍ତୁ

ବର୍ତ୍ତମାନ ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ହେବା କୌଣସି ବଡ଼ କଥା ନୁହେଁ । ତାହା ପୁଣି ସେଲିବ୍ରିଟିଙ୍କ କ୍ଷେତ୍ରରେ ଆହୁରି ସାଧାରଣ ଅଟେ । ତେବେ ବର୍ତ୍ତମାନ ର ଯୁବପିଢ଼ି କୌଣସି ସାଧାରଣ କଥାରେ ବି ନିଜ ପାର୍ଟନର ଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥାନ୍ତି । କାରଣ ସେମାନଙ୍କ ଠାରେ ସମ୍ପର୍କର ମୂଲ୍ୟ ଏତେ ଅଧିକ ନୁହେଁ । ସେମାନେ ସବୁ ସମ୍ପର୍କ କୁ ସାଧାରଣ ଭଳି ଦେଖନ୍ତି ।
ତେବେ ଛାଡ଼ପତ୍ର ସମୟରେ ସେମାନେ କଥାକୁ ଏତେ ଗମ୍ଭୀର ଭାବରେ ନିଅନ୍ତି ନାହିଁ ଏବଂ ଛାଡ଼ପତ୍ର ମଧ୍ୟ ଦେଇ ଦିଅନ୍ତି କିନ୍ତୁ ଆଗାମୀ ସମୟରେ ସେମାନଙ୍କୁ ସମାଜରେ ଅନେକ କଟୁକଥା ଏବଂ ଅପମାନ ସହିବାକୁ ପଡ଼ିଥାଏ । ସବୁ ଯୁବକ ବିବାହ ସମୟ ଆସିଲେ କୁଆଁରୀ ଝିଅ ହିଁ ଖୋଜିଥାନ୍ତି କିନ୍ତୁ ଏହି ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ନଥାଏ ଯେ ଛାଡ଼ପତ୍ର ପ୍ରାପ୍ତ ମହିଳା ଙ୍କ ଠାରେ କେଉଁ ସବୁ ସ୍ୱତନ୍ତ୍ର ଗୁଣ ରହିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଛାଡ଼ପତ୍ର ହୋଇଥିବା ମହିଳାଙ୍କର କିଛି ଖାସ ଗୁଣ ବିଷୟରେ କହିବୁ ଏବଂ ସେମାନଙ୍କୁ ବିବାହ କରିଲେ କଣ ସବୁ ଲାଭ ହୋଇଥାଏ ସେହି ସମ୍ବନ୍ଧରେ ମଧ୍ୟ କହିବୁ ।
୧ . ସମ୍ପର୍କକୁ ମହତ୍ତ୍ୱ ଦିଅନ୍ତି :-

ବର୍ତ୍ତମାନ ସମୟରେ କେହିବି ଜଣେ ଛାଡ଼ପତ୍ର ପ୍ରାପ୍ତ ମହିଳାଙ୍କୁ ବିବାହ କରିବାକୁ ଭାବନ୍ତି ନାହିଁ । କିନ୍ତୁ କଣ ଆପଣ ଜାଣିଛନ୍ତି କି ସେହି ମହିଳା ମାନଙ୍କ ସମ୍ପର୍କ କୁ ନେଇ ଅଭିଜ୍ଞତା କୁଆଁରୀ ଝିଅଙ୍କ ଠାରୁ ଅଧିକ ଥାଏ । ସେମାନେ ସମୟ ଅନୁସାରେ ଏବଂ ପ୍ରତ୍ୟେକ ଲୋକର ମନକୁ ନେଇ ମିଳିମିଶି ରହନ୍ତି ଏବଂ ନିଜ ପରିବାରକୁ କେବେ ଭାଙ୍ଗି ଯିବାକୁ ଦିଅନ୍ତି ନାହିଁ । କୌଣସି ସମୟରେ ସେମାନେ ନିଜ ସ୍ୱାମୀ ଙ୍କ ସହିତ କଳହ କରନ୍ତି ନାହିଁ ଏବଂ ଏକ ଉତ୍ତମ ସମ୍ମତି ରଖନ୍ତି । ସେମାନଙ୍କ ସାମ୍ନାରେ ସମ୍ପର୍କର ମୂଲ୍ୟ ଖୁବ ଅଧିକ ତେଣୁ କୌଣସି ପରିସ୍ଥିତିରେ ସେମାନେ ସମ୍ପର୍କ କୁ ନଭାଙ୍ଗିବା ପାଇଁ ଯଥା ସମ୍ଭବ ଚେଷ୍ଟା କରି ଥାଆନ୍ତି ।
୨ . କେବେବି ପ୍ରତାରଣା କରନ୍ତି ନାହିଁ :-
ଛାଡ଼ପତ୍ର ପ୍ରାପ୍ତ ମହିଳା ନିଜ ଜୀବନରେ ପ୍ରତାରଣା ର ଶିକାର ହୋଇ ହିଁ ଛାଡ଼ପତ୍ର ଦେଇଥାନ୍ତି । ତେଣୁ ସେମାନେ କେବେବି ଜୀବନରେ କାହାକୁ ପ୍ରତାରଣା କରନ୍ତି ନାହିଁ । ସମସ୍ତଙ୍କ ବିଶ୍ୱାସ ଯୋଗ୍ୟ ହେବାକୁ ଇଚ୍ଛା କରନ୍ତି । ପ୍ରତାରଣା ଯେ କେତେ ଦୁଃଖ ଦାୟକ ତାହା ତାଙ୍କ ଠାରୁ ଅଧିକ କେହିବି ଜାଣି ପାରିବେ ନାହିଁ ।
୩ . ଅଧିକ ଭଲପାଇବା ଦେଇଥାନ୍ତି :-
ଛାଡ଼ପତ୍ର ପ୍ରାପ୍ତ ମହିଳା ଛାଡ଼ପତ୍ର ପରେ ଭାବନ୍ତି ଯେ ହୁଏତ ତାଙ୍କୁ ଆଉ ଭଲ ପାଇବା ମିଳିବ ନାହିଁ । ତାହା ସ୍ୱାମୀ ହେଉ କିମ୍ବା ଶାଶୁ ଶ୍ୱଶୁର ହୁଅନ୍ତୁ । ତେଣୁ ଯଦି ସେମାନେ ପୁନର୍ବାର ବିବାହ କରନ୍ତି ତେବେ ସେହି ସୁଯୋଗ କୁ ସେମାନେ ଆଦୌ ହାତଛଡ଼ା କରନ୍ତି ନାହିଁ । ପ୍ରତ୍ୟେକ ମୁହୂର୍ତ୍ତରେ ସବୁବେଳେ ସମସ୍ତଙ୍କୁ ଭଲ ପାଇବା ଦିଅନ୍ତି ଏବଂ ନିଜ ପାର୍ଟନର ର ଯତ୍ନ ମଧ୍ୟ ନେଇଥାନ୍ତି । ସେମାନଙ୍କ ପାଖରେ ରୋମାନ୍ସ ର ଭଲ ଅଭିଜ୍ଞତା ମଧ୍ୟ ରହିଥାଏ । ତେଣୁ ଏ କ୍ଷେତ୍ରରେ ତାଙ୍କ ପାର୍ଟନର ଶାରୀରିକ ସମ୍ପର୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ ହୋଇ ପାରିବେ ।
୪ . ଅଧିକ ପରିପକ୍ୱ ହୋଇଥାନ୍ତି :-
ଛାଡ଼ପତ୍ର ପ୍ରାପ୍ତ ମହିଳା ଙ୍କର ଘର ଚଳାଇବାକୁ ଭଲ ଅଭିଜ୍ଞତା ରହିଥାଏ । ସେମାନେ ସବୁବେଳେ ଉଚ୍ଚ ଧରଣର ଚିନ୍ତାଧାରା କରନ୍ତି ଏବଂ ପରିବାରକୁ ଆଗେଇ ନେଇଥାନ୍ତି । କୌଣସି ସମସ୍ୟା ହେଲେ ସମାଧାନ ମଧ୍ୟ ତାଙ୍କ ପାଖରେ ଆଗରୁ ରହିଥାଏ । ସେମାନଙ୍କର ଅନେକ ଗୁଣ ଏହିପରି ଭଲ ଥାଏ । ଯାହାଦ୍ୱାରା କାହାକୁ କେବେ ସମ୍ପର୍କ ଭାଙ୍ଗିବାର ଅନୁତାପ ହୋଇ ନଥାଏ ।




