IBN ଓଡ଼ିଶା ବ୍ୟୁରୋ

ବିଚିତ୍ର ଏମିତି ଏକ ଦେଶ ଯେଉଁଠାରେ ଅନ୍ୟ ସ୍ତ୍ରୀଙ୍କୁ ଚରେଇକି ବାହା ହେବାକୁ ପଡେ

ଏହା ତ ଆମେ ସମସ୍ତେ ଜାଣିଛେ କି ବାହାଘରକୁ ନେଇ ପ୍ରତିଟି ସ୍ଥାନରେ ନିଜନିଜର ମାନ୍ୟତା ଏବଂ ନିତି ନିୟମ ରହିଛି। ଭାରତରେ ମଧ୍ୟ ବାହାଘରକୁ ନେଇ ଅନେକ ପ୍ରକାରର ନୀତି ନିୟମ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ନିୟମ ବିଷୟରେ ଜଣାଇବା ପାଇଁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆଜ୍ଞା ହଁ, ପଶ୍ଚିମୀ ଆଫ୍ରିକାରେ ଗୋଟିଏ ଏମିତି ଜନଜାତି ଅଛନ୍ତି, ଯେଉଁଠାରେ ବାହା ହେବାପାଇଁ ଅନ୍ୟ କାହା ସ୍ତ୍ରୀଙ୍କୁ ଚୋରେଇବା ପାଇଁ ପଡାଥାଏ।ଏଠାର ବିଧି କାରଣରୁ ଲୋକମାନେ ଅନ୍ୟ ମାନଙ୍କ ସ୍ତ୍ରୀଙ୍କୁ ଚୋରେଇ ବାହା ହୋଇଥାନ୍ତି।ଏହି ବିଚିତ୍ର ବିଧିବିଧାନ ସହିତ ଯୋଡା କଥା ବିଷୟରେ ଆପଣ ମଧ୍ୟ ଜାଣନ୍ତୁ।

ବାସ୍ତବରେ, ପଶ୍ଚିମୀ ଆଫ୍ରିକାର ବୋଦାବ୍ବେ ଜନଜାତିକୁ ନେଇ ଲୋକମାନେ ଅନ୍ୟମାନଙ୍କ ସ୍ତ୍ରୀଙ୍କୁ ଚୋରେଇ ବାହା ହୋଇଥାନ୍ତି।ଏହି ପ୍ରକାରର ବାହାଘର ଏହି ଜନଜାତିର ଲୋକମାନଙ୍କର ପରିଚୟ ଅଟେ।ଏହି ଜନଜାତିର ଲୋକମାନଙ୍କ ଠାରେ ଅନ୍ୟମାନଙ୍କ ସ୍ତ୍ରୀଙ୍କୁ ଚୋରେଇବାର ଅଜବପ୍ରକାରର ପରମ୍ପରା ରହିଛି।

ଜଣା ଯାଉଛି କି ଏହି ଜନଜାତିର ଲୋକମାନଙ୍କର ପ୍ରଥମ ବାହାଘର ଘର ପରିବାର ଲୋକଙ୍କ ଇଚ୍ଛାରେ କରା ଯାଇଥାଏ, କିନ୍ତୁ ଦ୍ଵିତୀୟ ବାହାଘର କରିବାର ନୀତି ଟିକେ ଅଲଗା ଅଟେ।ଏହି ଜନଜାତିରେ ଦ୍ଵିତୀୟ ବା‌ହାଘର ପାଇଁ ଅନ୍ୟ ଜଣଙ୍କ ସ୍ତ୍ରୀଙ୍କୁ ଚୋରେଇବାର ଆବଶ୍ୟକତା ରହିଛି। ଯଦି ଏମିତି କରି ପାରିବେ ନାହିଁ ତାହେଲେ ଦ୍ଵିତୀୟ ବିବାହ ହେବାର ଅଧିକାର ମଧ୍ୟ ମିଳିନଥାଏ।

ଜଣା ଯାଉଛି କି, ଏହି ଜନଜାତିର ଲୋକମାନଙ୍କ ମଧ୍ୟରେ ପ୍ରତିବର୍ଷ ଗେରେବୋଲ ଉତ୍ସବର ଆୟୋଜନ କରା ଯାଇଥାଏ।ଏହି ଆୟୋଜନ ସମୟରେ ପୁରୁଷମାନେ ସଜବାଜ ହୋଇ ନିଜ ମୁହଁକୁ ରଙ୍ଗେଇ ନେଇଥାନ୍ତି। ଏହାପରେ ସାମୂହିକ ଆୟୋଜନରେ ଡ୍ୟାନ୍ସ ଏବଂ ବିଭିନ୍ନ ପ୍ରକାରର ଗତିବିଧିରେ ଅନ୍ୟ ମାନଙ୍କ ସ୍ତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଥାନ୍ତି

କିନ୍ତୁ ସେହି ସମୟରେ ଏହି ଧ୍ୟାନ ରଖିବା ପାଇଁ ପଡ଼ିଥାଏ କି ତାଙ୍କ ସ୍ବାମୀଙ୍କୁ ଏହି କଥାର ସୂଚନା ନଲାଗୁ। ଏହାପରେ ଯଦି କୈାଣସି ମହିଳା ଅନ୍ୟ ପୁରୁଷଙ୍କ ସହିତ ପଳେଇ ଯାଇଥାନ୍ତି ତାହେଲେ ସେହି ସମୁଦାୟର ଲୋକମାନେ ଦୁଇଜଣଙ୍କୁ ଖୋଜି ସେମାନଙ୍କର ବାହାଘର କରି ଦେଇଥାନ୍ତି।ଏହି ଦ୍ଵିତୀୟ ବାହାଘରକୁ ପ୍ରେମ ବିବାହ ରୂପରେ ସ୍ବୀକାର କରା ଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button