ଦେଶ

ବିମାନର ଯାତ୍ରା ସମୟରେ ୩୦ ମିନିଟ୍‌ ଶୋଇପଡ଼ିଲେ ପାଇଲଟ୍‌ – Ibnodisha

[ad_1]

ଜାକର୍ତ୍ତା: ଅଧିକାଂଶ ଲୋକଙ୍କ ପାଇଁ ଉଚ୍ଚ ଆକାଶରେ ବିମାନରେ ଉଡ଼ିବା ଏକ ପ୍ରକାର ଦୁଃସ୍ବପ୍ନ ଭଳି ଅଟେ। ଯଦି ବିମାନର ଯାତ୍ରା ସମୟରେ ଏହାକୁ ଚଳାଉଥିବା ପାଇଲଟ ଶୋଇପଡ଼ନ୍ତି, ମିନିଟ୍‌ କିମ୍ବା ଦୁଇ ମିନିଟ୍‌ ନୁହେଁ ପୂରା ୩୦ ମିନିଟ୍‌ ତେବେ ଯାତ୍ରୀଙ୍କ ଅବସ୍ଥା କ’ଣ ହୋଇଥିବ ଅନୁମାନ କରାଯାଇପାରେ। ସୌଭାଗ୍ୟବଶତଃ ପାଇଲଟ୍‌ଙ୍କ ଏଭଳି କାଣ୍ଡରେ କୌଣସି ଅଘଟଣ ଘଟିନାହିଁ, କିନ୍ତୁ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ଇଣ୍ଡୋନେସିଆ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଡୋନେସିଆର ଜାତୀୟ ଟ୍ରାନ୍‌ସପୋର୍ଟେସନ୍‌ ସେଫ୍‌ଟି କମିଟିର ସୂଚନାନୁସାରେ, ଏହି ଘଟଣାଟି ଜାନୁଆରି ୨୫ ତାରିଖରେ ଘଟିଥିଲା। ଦକ୍ଷିଣ-ପୂର୍ବ ସୁଲାୱେସିରୁ ଜାକର୍ତ୍ତା ଯାଉଥିବା ବାଟିକ୍‌ ଏୟାର୍‌ ୱେଜ୍‌ର ଏ-୩୨୦ ବିମାନର ଚାଳକ ଓ ସହଚାଳକ ୩୦ ମିନିଟ୍‌ ଶୋଇଯାଇଥିଲେ। ଏହି ବିମାନରେ ୧୫୩ଜଣ ଯାତ୍ରୀ ଥିଲେ। ଏଭଳି ସାଂଘାତିକ ଦାୟିତ୍ବହୀନତାରେ କୌଣସି ଦୁର୍ଘଟଣା ଘଟିନଥିଲେ ମଧ୍ୟ ବିମାନର ଏକାଧିକ ଯାନ୍ତ୍ରିକ ଓ ରେଡିଓ ଯୋଗାଯୋଗ ବ୍ୟବସ୍ଥାରେ ତ୍ରୁଟି ଦେଖାଯାଇଥିଲା। ଏହି ଘଟଣା ପରବର୍ତ୍ତୀ ସମୟରେ ଜଣାପଡ଼ିବା ପରେ ପରିବହନ ମନ୍ତ୍ରଣାଳୟର ବେସାମରିକ ବିମାନ ଚଳାଚଳ ବିଭାଗର ମହା ନିର୍ଦ୍ଦେଶକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ତ୍ରୁଟିର ପୁନରାବୃତ୍ତି ନ ଘଟାଇବାକୁ ତାଗିଦ୍‌ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button