ଓଡ଼ିଶାକୁ ପ୍ରଶଂସା କଲେ ସୁପ୍ରିମ୍କୋର୍ଟ କମିଟି – Ibnodisha
[ad_1]
କଟକ : ସଡ଼କ ସଚେତନତା ଶିକ୍ଷା, ଟ୍ରାଫିକ୍ ଉଲ୍ଲଂଘନ ବିରୋଧରେ ଚଢ଼ଉ, ସଡ଼କ ଇଂଜିନିୟରିଂରେ ଉନ୍ନତି ଓ ତ୍ୱରିତ ଜରୁରିକାଳୀନ ଚିକିତ୍ସା । ଏହି ଚାରି ସୂତ୍ରୀ ନୀତି ପାଇଁ ସଡ଼କ ଦୁର୍ଘଟଣା କମାଇବାରେ ଓଡ଼ିଶା ଅନେକାଂଶରେ ସଫଳ ହୋଇଛି । ରାଜ୍ୟରେ ୨୦୨୨ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ କମିଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ୭.୫୬% ଓ ମୃତ୍ୟୁହାର ୬.୨୪% ହ୍ରାସ ପାଇଥିବାରୁ ସଡ଼କ ସୁରକ୍ଷା ଉପରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ଓ ଉଦ୍ୟମକୁ ସୁପ୍ରିମକୋର୍ଟ କମିଟି (ଏସ୍ସିସିଓଆର୍ସି) ପ୍ରଶଂସା କରିଛି । ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଅନୁଧ୍ୟାନ କରିବା ଏବଂ ଅଡ଼ିଟ୍ କରିବା ପାଇଁ ସଚିବ ସଞ୍ଜୟ ମିତ୍ତଲ ୫ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ମଙ୍ଗଳବାର ଶ୍ରୀ ମିତ୍ତଲ ଭୁବନେଶ୍ୱରରେ ସଡ଼କ ସୁରକ୍ଷା ଉପରେ ଲିଡ୍ ଏଜେନ୍ସିର ସଦସ୍ୟମାନଙ୍କ ସହ ବୈଠକ କରି ସଡ଼କ ଦୁର୍ଘଟଣା ରୋକିବାରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଶ୍ରୀ ମିତ୍ତଲ କହିଛନ୍ତି, ଜରୁରୀକାଳୀନ ସେବାର ଏକତ୍ରିକରଣ କରିବା ପାଇଁ ରାଜ୍ୟର ଉଦ୍ୟମ ଉଦାହରଣଯୋଗ୍ୟ । ସମସ୍ତ ଆମ୍ୱୁଲାନ୍ସ ସେବା ସହ ସରକାରୀ ଟ୍ରମା କେୟାର କେନ୍ଦ୍ରର ଏକକୀକରଣ କରାଯାଇଛି । ଆମ୍ୱୁଲାନ୍ସ ନେଟ୍ୱର୍କ ପାଇଁ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ପାଇଁ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସଡ଼କ ଦୁର୍ଘଟଣାର ପୀଡିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଆମ୍ୱୁଲାନ୍ସ, ପୁଲିସ ଏବଂ ଅଗ୍ନିଶମ ସେବା ସଂସ୍ଥା ଭଳି ସମସ୍ତ ଜରୁରୀକାଳୀନ ସେବାର ଗୋଟିଏ ହେଲ୍ପଲାଇନ୍ ନମ୍ୱର ୧୧୨ର ଅନ୍ତର୍ଗତ କରାଯାଇଛି ।
ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ ଫାଷ୍ଟ୍ ରେସପଣ୍ଡର ଭାବେ ସୁବାହକ କାର୍ଯ୍ୟକ୍ରମ ମାଧ୍ୟମରେ ଏଚ୍ଏମ୍ଭି (ଭାରୀଯାନ) ଡ୍ରାଇଭରମାନଙ୍କ ପ୍ରଶିକ୍ଷଣ ଏବଂ ଏନ୍ସିସି ସ୍ୱେଚ୍ଛାସେବୀଙ୍କୁ ରକ୍ଷକ ଜୁନିଅର ମାଧ୍ୟମରେ ପ୍ରଶିକ୍ଷଣ ଦେବା ପାଇଁ ସରକାରଙ୍କ ତରଫରୁ ନେବାକୁ ଥିବା ପଦକ୍ଷେପକୁ ଶ୍ରୀ ମିତ୍ତଲ ଉଚ୍ଚପ୍ରଶଂସା କରିଛନ୍ତି । ସୁବାହକ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ୮ ହଜାର ୪୦୦ ନୂତନ ଭାରୀଯାନ ଡ୍ରାଇଭରଙ୍କୁ ତାଲିମ ଦେବା ଏବଂ ପ୍ରତିବର୍ଷ ଅନ୍ୟ ୫୦ ହଜାର ଭାରୀଯାନ ଡ୍ରାଇଭରଙ୍କୁ ରିଫ୍ରେଶର ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରକ୍ଷକ ଜୁନିଅର କାର୍ଯ୍ୟକ୍ରମ ଅଧୀନରେ ସମୁଦାୟ ୬୫ ହଜାର ଏନ୍ସିସି ସ୍ୱେଚ୍ଛାସେବୀଙ୍କୁ ସଡ଼କ ସୁରକ୍ଷା ଉପରେ ସ୍ୱତନ୍ତ୍ର ତାଲିମ ଦିଆଯିବାକୁ ବ୍ୟବସ୍ଥା ହୋଇଛି ।
The post ଓଡ଼ିଶାକୁ ପ୍ରଶଂସା କଲେ ସୁପ୍ରିମ୍କୋର୍ଟ କମିଟି appeared first on ONA KHABAR.
[ad_2]