ରାଜନୀତି

ମୋଦୀଙ୍କ ଚାନ୍ଦା ବ୍ୟବସାୟର ଗୁମର ଖୋଲିବ : ରାହୁଲ ଗାନ୍ଧୀ – Ibnodisha

[ad_1]

ନୂଆଦିଲ୍ଲୀ : ନିର୍ବାଚନ ବଣ୍ଡ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାନ୍ଦା ବ୍ୟବସାୟର ଗୁମର ଖୋଲିବ । ଏନଡିଏ ସରକାର ନିଜ ବ୍ୟାଙ୍କର ତଥ୍ୟ ଲୁଚାଇବା ପାଇଁ ଚାହୁଁଛନ୍ତି । ଚାନ୍ଦା ଦେଉଥିବା ସରକାରଙ୍କୁ ଛାଡ଼ ଏବଂ ଜନତାଙ୍କୁ ଟ୍ୟାକ୍ସ ପ୍ରହାର । ଏଇତ ଆମ ମୋଦୀ ସରକାର । ଏକ୍ସ ପୋଷ୍ଟ ଜରିଆରେ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଏହା ସହ ରାହୁଲ ଲେଖିଛନ୍ତି ଇଲେକ୍ଟୋରାଲ ବଣ୍ଡ ଭାରତୀୟ ଇତିହାସର ସବୁଠୁ ବଡ଼ ଦୁର୍ନୀତି । ଯାହାର ସତ ସାମ୍ନାକୁ ଆସିବ । ଯାହା ଦୁର୍ନୀତିଗ୍ରସ୍ତ ଶିଳ୍ପପତି ଏବଂ ସରକାରଙ୍କ ଗୁମର ଖୋଲିବ। ଏବଂ ନରେନ୍ଦ୍ର ମୋଦୀଙ୍କ ପ୍ରକୃତ ଚେହେରାକୁ ଦେଶ ସାମ୍ନାକୁ ଆଣିବ। ବ୍ୟବସାୟ ନିଅ, ଚାନ୍ଦା ଦିଅ – ସୁରକ୍ଷା ନିଅ, ଚାନ୍ଦା ଦେଉଥିବା ଲୋକଙ୍କୁ କୃପା ଏବଂ ସାଧାରଣ ଜନତାଙ୍କୁ ଟ୍ୟାକ୍ସର ବୋଝ । ଏହାହିଁ ବିଜେପିର ମୋଦୀ ସରକାରର ଏଜେଣ୍ଡା ବୋଲି କହିଛନ୍ତି ରାହୁଲ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button