ରାଜ୍ୟ

ପୁଣି ଓଡ଼ିଶାରେ ଦେଖାଦେଲା କଳା ବାଘ – Ibnodisha

[ad_1]

ଭୁବନେଶ୍ବର: ପୁଣି ଓଡ଼ିଶାରେ ଦେଖାଦେଲା କଳା ବାଘ । ଏନେଇ ସୂଚନା ଦେଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳାବାଘକୁ ଦେଖିବାକୁ ପାଇଛି ବନ ବିଭାଗ । ତେବେ ୨୦୧୮ ମସିହାରେ ସୁନ୍ଦରଗଡ଼ ଜଙ୍ଗଲରେ ଏହି ବାଘ ଦେଖାଯାଇଥିଲା । ପୂର୍ବଥର ପରି ଏଥର ବି କ୍ୟାମେରାରେ କଏଦ ହେଲା କଳା ବାଘର ଫଟୋଚିତ୍ର । ପୂର୍ବରୁ ଶିମିଳିପାଳ ଓ ଫୁଲବାଣୀରେ ମଧ୍ୟ ଏହି ପ୍ରଜାତିର ବାଘ ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ପ୍ରମାଣ ନଥିଲା । କିନ୍ତୁ କ୍ୟାମେରାରେ ଏହି ପ୍ରଜାତିର ବାଘ ସାମ୍ନାକୁ ଆସିବା ପରେ ଓଡ଼ିଶାରେ କଳାବାଘ ଥିବା ନେଇ ସ୍ପଷ୍ଟ ହୋଇଥିଲା । ଓଡ଼ିଶାରେ ଅନେକ ବନଖଣ୍ଡରେ କଳା କଲାରାପତିଆ ବାଘ ରହିଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାର ୩ଟି ବନଖଣ୍ଡ ଅଞ୍ଚଳରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସମୟରେ କଳାବାଘର ଉପସ୍ଥିତିକୁ ନେଇ ସମ୍ପୂର୍ଣ୍ଣ ଭାବରେ ତଥ୍ୟ ରହିଛି । ତେବେ କଲରାପତରିଆ ପ୍ରଜାତିର ଏହି ବିରଳ ବାଘ ସମ୍ପୂର୍ଣ୍ଣ କଳା ରଙ୍ଗର । ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ଏପରି ବ୍ଲାକ ପାନ୍ଥର ଥିବା କୁହାଯାଉଛି ।
ତେବେ ମେ’ ମାସରୁ ରାଜ୍ୟରେ ହେବ ନିଜସ୍ଵ କଲରାପତରିଆ ବାଘ ଗଣନା । ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡିଛି । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବାବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ଥିବା ସ୍ପଷ୍ଟ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button