ରାଜ୍ୟ
ନିର୍ମାଣାଧୀନ ପୋଲ ଉପରେ ଅଟକିଲା ଆମ୍ବୁଲାନ୍ସ – Ibnodisha

[ad_1]
ବାଲେଶ୍ବର : ନିର୍ମାଣାଧୀନ ପୋଲ ଉପରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ନୀଳଗିରି-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥର ପାନବଜାର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗର୍ଭବତୀ ମହିଳାଙ୍କୁ ଆଣିବାକୁ ଯାଉଥିବା ବେଳେ ପୋଲ ଉପରେ ଝୁଲି ପଡିଲା ୧୦୨ ଜନନୀ ଏକ୍ସପ୍ରେସ । ତେବେ ଆମ୍ବୁଲାନ୍ସଟି ଦ୍ରୁତ ଗତିରେ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗାଡିର ବେଗ ଏତେ ଯୋଜରରେ ଥିଲା ଯେ, ବ୍ୟାରିକେଡ ଭାଙ୍ଗି କଲଭଟ ଉପରେ ଛୁଲି ରହିଛି ଆମ୍ବୁଲାନ୍ସ । ସୌଭାଗ୍ୟବସତଃ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ଯୋଗୁଁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
[ad_2]