ରାଜ୍ୟ

ଜଙ୍ଗଲରୁ ମିଳିଲା ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ

ଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଗୋଏଲଭାଡ଼ି ବର୍ଣି ଜଙ୍ଗଲରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ କରିଛି ପୁଲିସ। ଫାଇନାସ୍ଟ କର୍ମଚାରୀଜଣକ ଟିଟିଲାଗଡ଼ ଥାନା ସର୍ଗିଗୁଡ଼ାର ଉତ୍ତମ ନାଗ ବୋଲି ଜଣାପଡ଼ିଛି। ସେ ୩ ବର୍ଷ ହେବ ଟିଟିଲାଗଡ଼ ସ୍ଥିତ ବଜାଜ ଫାଇନାନ୍ସରେ କାମ କରୁଥିଲେ।

ସେ ଗତ ୨ ତାରିଖରୁ ନିଖୋଜ ଥିବା ବେଳେ ତାଙ୍କ ପରିବାର ଲୋକେ ନିଖୋଜ ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ।

ଘଟଣାସ୍ଥଳ ନିକଟରୁ ମୋଟର ସାଇକେଲ (ନମ୍ବର – ଓଡି ୦୮ ଏଚ୍୮୮୬୮)କୁ ପୁଲିସ୍ ଜବତ କରିଛି। ମୃତକ କମ୍ପାନୀର ଲକ୍ଷାଧିକ ଟଙ୍କା ହେରଫେର କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button