ବଜ୍ରପାତରେ ପ୍ରାଣ ହରାଇଲେ ମହିଳା – Ibnodisha

[ad_1]

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ମହଲିଡିହା ପୋଲିସ ସୀମା ଅନ୍ତର୍ଗତ ଜରାକ ପଞ୍ଚାୟତର ମାଣିକ ସାହି ଗାଁର ବାସିନ୍ଦା ବୁଧୁନି ନାମକ ଜଣେ ମହିଳା ସକାଳ ସମୟରେ ବର୍ଷା ହେବାରୁ ବାହାରେ ଶୁଖୁଥିବା ଲୁଗା ଆଣିବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ବଜ୍ରପାତ ହୋଇଥିଲା । ତଳେ ପଡ଼ି ବୁଧୁନି ଚିତ୍କାର କରିବାରୁ ତାଙ୍କ ସ୍ୱାମୀ ବାଇଧର ତାଙ୍କୁ ଉଦ୍ଧାର କରିବାକୁ ଯାଉଥିଲେ । ହେଲେ ହଠାତ୍ ପୁଣି ବଜ୍ରପାତ ହେବାରୁ ବାଇଧରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ପରେ ପରିବାର ଲୋକେ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ତ୍ରୀ ବୁଧୁନି ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ମହୁଲଡ଼ିହା ଥାନା ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ବାଇଧରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ କେସ୍ ନମ୍ବର ୨୨/୨୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
The post ବଜ୍ରପାତରେ ପ୍ରାଣ ହରାଇଲେ ମହିଳା appeared first on ONA KHABAR.
[ad_2]




