ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ – Ibnodisha

[ad_1]

ରାୟଗଡ଼ା : ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଦେଇ ଯାଇଥିବା ୩୨୬ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ଘଟିଛି। ଏହାକୁ ନେଇ ଏନ୍‌ଏଚ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଅସୁରପଡ଼ା ଗାଁର ଦୀପ୍ତି କାନ୍ଧପାଣି ପାତ୍ରଗୁଡା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ନ୍ତି। ସ୍କୁଲ ଛୁଟି ପରେ ସେ ଘରକୁ ଫେରିବା ପାଇଁ ରାସ୍ତା ପାର୍ଶ୍ୱରେ ଅପେକ୍ଷା କରିଥିଲେ। ଠିକ୍‌ ସେହି ସମୟରେ ପଡ଼ୋଶୀ ଗାଁ ରାଣିପିଣ୍ଡା ଗ୍ରାମର ଭଗବାନ ଦଣ୍ଡସେନା ମୁନିଗୁଡାରୁ ବାଇକ୍‌ରେ ଆସୁଥିଲେ। ତାଙ୍କୁ ଲିଫ୍‌ଟ ମାଗିଥିଲେ ଦୀପ୍ତି। ଆଉ ତା’ପରେ ଦୀପ୍ତିଙ୍କୁ ଲିଫ୍‌ଟ ଦେଇଥିଲେ ଭଗବାନ। ଉଭୟ ବାଇକ୍‌ରେ ଗାଁକୁ ଫେରୁଥିବା ବେଳେ ୩୨୬ ନମ୍ୱର ଜାତୀୟ ରାଜପଥର ଖୁଣ୍ଟବାଡି ଗ୍ରାମ ନିକଟରେ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା ଏକ ଦ୍ରୁତଗାମୀ ଟ୍ରକ୍‌। ଘଟଣା ସ୍ଥଳରେ ଦୀପ୍ତି କାନ୍ଧପାଣିଙ୍କ ମୃତ୍ୟୁ ଘଟିଥିଲା। ଆଉ ବାଇକ୍‌ ଚାଳକ ଭଗବାନ ଦଣ୍ଡସେନା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା ପୁଲିସ୍‌ ଭଗବାନଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ସେପଟେ ଦୁର୍ଘଟଣା ପରେ ଟ୍ରକ୍‌ ଛାଡ଼ି ଡ୍ରାଇଭର ଫେରାର ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button