ରାଜ୍ୟ

ସମ୍ପର୍କୀୟ ଭାଇକୁ ଗୋଡ଼ାଇ ଗୋଡ଼ାଇ ମାରିଲା ଭାଇ – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମଝିହରା ମହଲା ସାହିରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ । ଭାଉଜଙ୍କୁ ଏକ ତରଫା ପ୍ରେମ କରିବାରୁ ହେଲା ରକ୍ତପାତ । ମୃତକ ହେଉଛନ୍ତି ଅକ୍ଷୟ ମାଝି । ଅକ୍ଷୟଙ୍କ ଜଣେ ସମ୍ପର୍କୀୟ ଭାଇ ଦିଲୁ ଅକ୍ଷୟଙ୍କ ପତ୍ନୀଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ମେସେଜ ପଠାଉଥିଲେ। ଅକ୍ଷୟଙ୍କ ପତ୍ନୀ ଏନେଇ ସ୍ୱାମୀ ତଥା ପରିବାର ଲୋକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ଅକ୍ଷୟ ଦିଲୁଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ୧୦ ଦିନ ପୂର୍ବେ ଗଣ୍ଡଗୋଳ ହୋଇଥିଲା। ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ମାରିଥିଲା । ବାଳକାଟି ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଉପସ୍ଥିତିରେ ଘଟଣାର ମିମାଂସା ହୋଇଥିଲା। ଉଭୟ ପକ୍ଷ ପରସ୍ପର ସହ କୌଣସି ସମ୍ପର୍କ ରଖିବେନି ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଗତକାଲି ରାତିରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଅକ୍ଷୟ ନୂଆ ସାହି ଗ୍ରାମରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଖବର ପାଇ ତୁରନ୍ତ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଆଜି ସକାଳୁ ତାଙ୍କ ମୃତ୍ୟୁ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button