ରାଜନୀତି

ବିଜେଡିରେ ମିଶିଲେ ବିଧାୟକ ଅଧିରାଜ; ୪୦ ସରପଞ୍ଚ ଓ ୩୪ ସମିତିସଭ୍ୟ ବି ସାମିଲ୍‌ – Ibnodisha

[ad_1]

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ଖରିଆର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବୁଧବାର ବିଜେଡିରେ ମିଶିଛନ୍ତି । ତାଙ୍କ ସହିତ ଖରିଆର ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବୋଡେନ ବ୍ଲକ୍ ଅଧ୍ୟକ୍ଷା ପ୍ରେମଶୀଳା ନାଗ ଓ ଶିନାପାଲୀ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀଙ୍କ ସହ ୪୦ ସରପଞ୍ଚ ଓ ୩୪ ସମିତି ସଭ୍ୟ ଓ ଶତାଧିକ କଂଗ୍ରେସ କର୍ମୀ ବି ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖଭବନରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ, ନୂଆପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷିକା ତଥା ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି ବିଧାୟକ ଅଧିରାଜ ମୋହନ ଏବଂ ତାଙ୍କର ସମର୍ଥକ ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ କଥା କମ୍‌-କାମ ବେଶୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଓ ମୋ ସହ ଯୋଗଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି କହିଛନ୍ତି ଅଧିରାଜ ।

୨୦୧୯ ନିର୍ବାଚନରେ ଅଧିରାଜ କଂଗ୍ରେସ ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୫୯, ୩୦୮ ଖଣ୍ଡ ଭୋଟ୍ ପାଇଥିଲେ । ବିଜେଡି ନେତା ଲମ୍ବୋଦର ନିଆଲ ୫୬,୪୫୧ ଖଣ୍ଡ ଭୋଟ୍ ପାଇ ହାରିଯାଇଥିଲେ । ୨୦୧୪ରେ ଶ୍ରୀ ପାଣିଗ୍ରାହୀ ଏହି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ସେ ବିଜେଡିକୁ ଯିବେ ବୋଲି ବହୁଦିନରୁ ଆଲୋଚନା ହେଉଥିଲା । ଖରିଆର ନିର୍ବାଚନମଣ୍ଡଳୀରେ ବିଜେଡିର ଟାଣୁଆ ନେତା ନଥିବାରୁ ସେଠାରେ ଦଳ ଏକପ୍ରକାର ବ୍ୟାକ୍‌ଫୁଟରେ ରହିଥିଲା । ଏବେ ଅଧିରାଜଙ୍କୁ ଆଣି ଦଳ ସେଠାରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛି । ସମ୍ଭବତଃ ଅଧିରାଜ ଟିକେଟ୍ ପ୍ରତିଶ୍ରୁତି ପାଇବା ପରେ ବିଜେଡିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି ।

ମିଶ୍ରଣ ପର୍ବରେ ସରପଞ୍ଚ ସଂଘ ସଭାପତି ସନ୍ତୋଷ ମିଶ୍ର, ସଂଯୋଜକ ଗୋବିନ୍ଦ ବିହାରୀ ବାରିକ, ଉପସଭାପତି ଜିତୁ କୁମ୍ଭାର, ଜେମାମଣୀ ରଣା, ଲକ୍ଷ୍ମୀ ବାଗ, ଛବି ମାଝୀ, ତୁକାରାମ ହିଆଲ, ଉମେଶ କୈବର୍ତ୍ତ୍ୟ, କୁନୁଚରଣ ବେହେରା, ଖରିଆର ବ୍ଲକ୍ ସଭାପତି ଶ୍ୟାମସୁନ୍ଦର ଲାଲଦୀପ, ସିନାପାଲୀ ବ୍ଲକ ସଭାପତି ଜୟପାଲ ନାଗ, ବୋଡେନ ବ୍ଲକ୍ ସଭାପତି ହୀରାଲାଲ ମାଝୀଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ୍ ହୋଇଛନ୍ତି । ମିଶ୍ରଣପର୍ବରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ତୁମ୍ବନାଥ ପଣ୍ଡା, ଅମିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button