ଦେଶ

କେରଳରେ ମତଦାନ ତାରିଖକୁ ପରିବର୍ତ୍ତନ କରିବାକୁ ପ୍ରଦେଶ କଂଗ୍ରେସର ଦାବି – Ibnodisha

[ad_1]

ଥିରୁଅନନ୍ତପୁରମ: କେରଳର ୨୦ଟି ଲୋକସଭା ଆସନ ପାଇଁ ଏପ୍ରିଲ୍ ୨୬ତାରିଖରେ ମତଦାନ ହେବ ବୋଲି ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ ହୋଇସାରିଛି । କିନ୍ତୁ ଏବେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯିବାକୁ ଦାବି ଜୋରଧରିିଛି । ରିପୋର୍ଟ ଅନୁସାରେ ଆସନ୍ତା ୨୬ ତାରିଖ ଶୁକ୍ରବାର ପଡ଼ୁଥିବା ବେଳେ ମୁସଲିମ୍ ଧର୍ମାବଲମ୍ବୀଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ଅଭିହିତ କରାଯାଉଥିବାରୁ ୨୬ ତାରିଖ ବଦଳରେ ଅନ୍ୟ ତାରିଖରେ ଏଠାରେ ମତଦାନ ପ୍ର୍ରକିୟା ଅନୁଷ୍ଠିତ କରିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଛି ।

ରାଜ୍ୟର ଅଧିକାଂଶ ଭୋଟର ଇସଲାମ୍ ଧର୍ମାବଲମ୍ବୀ ହୋଇଥିବା ବେଳେ ୨୬ ତାରିଖରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେଲେ ଏହା ଭୋଟିଂ ହାରକୁ ପ୍ରଭାବିତ କରିବ ବୋଲି ପ୍ରଦେଶ କଂଗ୍ରେସ ଯୁକ୍ତି ଦର୍ଶାଇଛି । ତେବେ ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଶୁକ୍ରବାର ବଦଳରେ ସପ୍ତାହର ଅନ୍ୟ ଯେକୌଣସି ବାରରେ ଏଠାରେ ମତଦାନ ପ୍ର୍ରକିୟା ଅନୁଷ୍ଠିତ କରିବାକୁ ପ୍ରଦେଶ କଂଗ୍ରେସ ସଭାପତି ଏମ୍‌ଏମ୍ ହସନ୍ ଏବଂ ବିରୋଧୀ ଦଳ ନେତା ଭିଡି ସଥିସାନ୍ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button