ଦେଶ

ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ କ୍ଷମା ମାଗିଲା ‘ପତଞ୍ଜଳି’ – Ibnodisha

[ad_1]

ନୂଆଦିଲ୍ଲୀ : ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ କ୍ଷମା ମାଗିଲା ପତଞ୍ଜଳି । ତେବେ ଭବିଷ୍ୟତରେ ଏପରି ଭୁଲ ହେବ ନାହିଁ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣା କହିଛନ୍ତି ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି । କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ଗତକାଲି ସୁପ୍ରିମକୋର୍ଟ ପତଞ୍ଜଳିକୁ ନୋଟିସ୍ ଜାରି କରାଯାଇଥିଲା । ରୋଗର ଚିକିତ୍ସା ଉପରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ପତଞ୍ଜଳି ଏବଂ ବାଲକ୍ରିଷ୍ଣାଙ୍କୁ ଅବମାନନା ନୋଟିସ୍ ପଠାଇ ଜବାବ ମାଗିଥିଲେ, ଯାହାର ଉତ୍ତର କମ୍ପାନି ତରଫରୁ ଦିଆଯାଇନଥିଲା । ଯେଉଁଥିପାଇଁ ମାନ୍ୟବର ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରି ଗତ ମାର୍ଚ୍ଚ ୧୯ ତାରିଖରେ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣି ଅର୍ଥାତ୍ ଏପ୍ରିଲ ୨ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ବାଲକ୍ରିଷ୍ଣା କହିଛନ୍ତି ଯେ ଆଇନ ଶୃଙ୍ଖଳା ପ୍ରତି ତାଙ୍କର ସମ୍ମାନ ରହିଛି ।ଭବିଷ୍ୟତରେ ଏଭଳି ବିଜ୍ଞାପନ ଦିଆଯିବ ନାହିଁ ବୋଲି କମ୍ପାନୀ ନିଶ୍ଚିତ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button