IBN ଓଡ଼ିଶା ବ୍ୟୁରୋ

ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ଶୀତ ଆରମ୍ଭ ହେବା ମାତ୍ରେ ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବାକୁ ଆଗ୍ରହ ବୃଦ୍ଧି ପାଇଥାଏ।ଏହି ଦିନମାନଙ୍କରେ ଦମ୍ପତିମାନେ ଅନ୍ୟ ଦିନ ଅପେକ୍ଷା ପରସ୍ପର ସହ ଅଧିକ ସମୟ ବିତାଇବାକୁ ଇଚ୍ଛା କରନ୍ତି। ହେଲେ କାହିଁକି ଜାଣିଛନ୍ତି କି ଏହା ପଛର କାରଣ କଣ ? ତେବେ ଜାଣି ନାହାଁନ୍ତି ଯଦି ଜାଣି ରଖନ୍ତୁ…

ମେଲାଟୋନିନ୍ ହେଉଛି ରାସାୟନିକ ପଦାର୍ଥ ଯାହା ନିଦ ବା ଶୋଇବାକୁ ବାଧ୍ୟ କରି ଥାଏ ଏବଂ ଅନ୍ଧାର ହେବାପରେ ଆପଣଙ୍କୁ ଶୋଇବାକୁ ଉତ୍ସାହିତ କରେ, ଶୀତଦିନେ ଏହି ହରମୋନାଲର ମାତ୍ର ମଧ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଥାଏ, ଗ୍ରୀଷ୍ମ ଅପେକ୍ଷା ଶୀତଦିନେ ଏହାର ସର୍ବାଧିକ ଉତ୍ପାଦନ ହାରରେ ପହଞ୍ଚି ଥାଏ।

ଶୀତ ଦିନ, ଦିନ ଛୋଟ ଏବଂ ରାତି ଲମ୍ବା ଯୋଗୁଁ ହରମୋନାଲ ପରିବର୍ତ୍ତନ ଦେଖା ଦିଏ, ଓ ସାଂଘାତିକ ଶୀତ ଅନୁଭବ ଯୋଗୁଁ  ଦେହକୁ ଗରମ ରଖିବା ପାଇଁ ଶୀତବସ୍ତ୍ର ବ୍ୟବହାର କରି ଥାଉ  ଏବଂ ପରବର୍ତ୍ତୀ ସମୟରେ ଏହା ଆମ ଶରୀରରେ ଟେଷ୍ଟୋଷ୍ଟେରନ୍ ହରମୋନ୍, ବୃଦ୍ଧି କରେ ଯାହା ଯୌନ ଇଚ୍ଛା ସୃଷ୍ଟି କରେ।ଶୀତଦିନେ ଏହାର ସ୍ତର ଉଚ୍ଚ ହୋଇଯାଏ। ଏହି ହରମୋନର ବୃଦ୍ଧି ଯୌନ ଇଚ୍ଛା ଶକ୍ତିକୁ ବୃଦ୍ଧି କରିଥାଏ। ଯାହା ଫଳରେ ଦମ୍ପତିମାନେ ସେକ୍ସ ପ୍ରତି ଅଧିକା ମନ ହୁଏ।

ଏହା ସହ ଶୀତଦିନେ ନିର୍ଗତ ହୋଇଥିବା ଅକ୍ସିଟୋସିନ୍ ହରମୋନ୍ ପ୍ରେମର ଭାବନାକୁ ଉତ୍ସାହିତ କରିଥାଏ। ଏବଂ ପୁରୁଷମାନଙ୍କରେ ଡୋପାମାଇନ୍ ଏବଂ ମହିଳାମାନଙ୍କଠାରେ ଇଷ୍ଟ୍ରୋଜେନ୍ ନିର୍ଗତ ହୁଏ। ସେଥିପାଇଁ ସାଧାରଣ ଦିନ ଅପେକ୍ଷା ଶୀତଦିନେ ସେମାନେ ଅଧିକ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button