IBN ଓଡ଼ିଶା ବ୍ୟୁରୋ

ଏହି ୧୦ ପ୍ରକାରର ପୁରୁଷ ଜୀବନରେ ଭୁଲରେ ବି ଭାଏଗ୍ରା ନେବା ଉଚିତ୍ ନୁହେଁ ! ନଚେତ୍ ଚାଲିଯିବ ଜୀବନ

ଇରେକ୍ଟାଇଲ୍ ଡିସଫଙ୍କସନ ରୋଗୀମାନେ ସମ୍ପର୍କକୁ ସହଜ କରିବା ପାଇଁ ଭାୟାଗ୍ରା ନେଇଥାନ୍ତି । କିନ୍ତୁ କିଛି ପୁରୁଷ ଏହି ଟାବଲେଟ୍ ନେବାରେ ଭୁଲ୍ କରିବା ଉଚିତ୍ ନୁହେଁ, ଜାଣନ୍ତୁ କାହିଁକି?

– ଆଜିକାଲି ଯୌନ ଶକ୍ତି ବଢାଇବା ପାଇଁ ଭାଏଗ୍ରା ଟାବଲେଟ୍‌ ଖାଇବା ସାଧାରଣ ହୋଇଗଲାଣି। ଏଥିପାଇଁ ଅନେକ କମ୍ପାନୀର ଟାବଲେଟ୍‌ ଓ କ୍ୟାପସୁଲ୍‌ ବଜାରରେ ଉପଲବ୍ଧ ହେଉଛି ।

– ଭାଏଗ୍ରା ଟାବଲେଟ୍‌ ଏବଂ କ୍ୟାପସୁଲ୍‌ ରକ୍ତ ପ୍ରବାହ ବଢାଇ ଯୌନ ଉଦ୍ଦୀପନାକୁ ବୃଦ୍ଧି କରିଥାଏ। ଶରୀରରେ ରକ୍ତ ସଞ୍ଚାଳନ ତୀବ୍ର ହେବା ପରେ ଯୌନ ଉଦ୍ଦୀପନା ବୃଦ୍ଧି ପାଇଥାଏ।

– ଭାଏଗ୍ରା କ୍ୟାପସୁଲ୍‌ ଓ ଟାବଲେଟ୍‌ରେ ଯୌନ ଉଦ୍ଦୀପନାକାରୀ ଡ୍ରଗ୍‌ ରହିଥାଏ । ଯେଉଁଥି ପାଇଁ କି ୩୦ ମିନିଟ୍‌ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଶରୀରରେ ଭାଏଗ୍ରାର ପ୍ରଭାବ ରହିଥାଏ ।

– କିନ୍ତୁ ଭାଏଗ୍ରା ଶରୀର ଉପରେ ସାଂଘାତିକ ପ୍ରଭାବ ପକାଇଥାଏ । ସାଇଡ୍‌ ଇଫେକ୍ଟ ଫଳରେ ଶରୀର ଉପରେ କୁ ପ୍ରଭାବ ପଡିଥାଏ ।

– ତେବେ କେଉଁମାନେ ଭାଏଗ୍ରା ଖାଇବୋ ଉଚିତ୍‌ ନୁହେଁ । ଏହି ୧୦ ପ୍ରକାର ରୋଗରେ ଆକ୍ରାନ୍ତ ପୁରୁଷ ଭୁଲରେ ବି ଭାଏଗ୍ରା ଖାଇବା ଉଚିତ ନୁହେଁ।

– ସେଲଡେନାଫିଲ କିମ୍ବା ଅନ୍ୟ ମେଡିସିନ୍‌ ଖାଉଥିବା ବ୍ୟକ୍ତି ଭାଏଗ୍ରା ଟାବଲେଟ୍‌ ଖାଇଲେ ପସ୍ତେଇବେ। ଏହା ଶରୀର ଉପରେ କୁପ୍ରଭାବ ପକାଇବା ସହିତ ବିଭିନ୍ନ ରୋଗକୁ ଡାକିଆଣିବ।

– ହୃଦରୋଗ କିମ୍ବା ଲିଭର୍‌ ରୋଗ ପାଇଁ ମେଡିସିନ୍‌ ଖାଉଥିବା ବ୍ୟକ୍ତି ଆଦୌ ଭାଏଗ୍ରା ଖାଇବା ଉଚିତ୍ ନୁହେଁ। କାରଣ ଭାଏଗ୍ରା ଟାବଲେଟ୍‌ ହାର୍ଟ ଏବଂ ଲିଭର୍‌ ଉପରେ ପ୍ରଭାବ ପକାଇବା ସହିତ ମୃତ୍ୟୁକୁ ଡାକିଆଣିଥାଏ।

– ଷ୍ଟ୍ରୋକ୍‌, ହୃଦଘାତକୁ ସାମ୍ନା କରିଥିବା ବ୍ୟକ୍ତି ଭାଏଗ୍ରା ଭୁଲ୍‌ରେ ବି ଖାଆନ୍ତୁନି। ଏହା ସହିତ ନିମ୍ନ ରକ୍ତଚାପ, ଆଖି ସମସ୍ୟା ଥିବା ବ୍ୟକ୍ତି ବି Vigra ଖାଇବା ଖରାପ ହୋଇଥାଏ । ତେଣୁ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ ।

– ସିକଲ୍‌ ସେଲ୍‌ ଏନିମିୟା, ଲୁକେମିଆ, ମଲ୍ଟିପୁଲ ମାଏଲୋମା ଭଳି କର୍କଟ ରୋଗୀ ଖାଇ ପାରିବେନି। ପେଟ ସମସ୍ୟା ଏବଂ ରକ୍ତ ହୀନତା ଥିବା ବ୍ୟକ୍ତି ଭାଏଗ୍ରା ଆଦୌ ଖାଇବା ଉଚିତ ନୁହେଁ। ଡାକ୍ତରଙ୍କ ବିନା ପରାମର୍ଶରେ ବଜାରରେ ମିଳୁଥିବା ଭାଏଗ୍ରା ଖାଇବା ମୃତ୍ୟୁକୁ ଅକାଳେ ଡାକିଆଣିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button