ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

କିଛି ଦିନ ହେବ ମଣିପୁର ଲଜ୍ୟା ଘଟଣାର ଛାତିଥରା ହିଂସାକାଣ୍ଡ ମନରୁ ଲିଭିନଥିବାବେଳେ ପୁଣି ସାମ୍ନାକୁ ଆସିଛି ଆଉ ଏକ ନିଷ୍ଠୁର ଘଟଣା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସୈତାନ ପାଲଟିଯାଇଛି ସ୍ୱାମୀ । ପୁଣି ବର୍ବରତାର ଟପିଲା ସୀମା, ଗାଁ ଦାଣ୍ଡରେ ଗର୍ଭବତୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇଲା ସ୍ୱାମୀ ।
ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାହାଡା ଅଂଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ । ସର୍ବସାଧାରଣରେ ନିବସ୍ତ୍ର କରି ମାଡ ମାରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି ।
ସୂଚନା ଅନୁଯାୟୀ, ବୋହୂ ଅନ୍ୟ ଏକ ଯୁବକ ସହ ପଳାଇଥିବା ଅଭିଯୋଗ କରି ବୋହୂକୁ ଗାଁ ମଝିରେ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୀଡିତାଙ୍କ ସ୍ୱାମୀ ସହ ଶାଶୂଘରର ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ପୁଲିସ ।
ଖାଲି ସେତିକି ନୁହେଁ, ପୂରା ଘଟଣାର ଭିଡିଓ ଭାଇରାଲ ପରେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି । ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଉମେଶ ମିଶ୍ର କହିଛନ୍ତି ଯେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରହୁଥିବା ବେଳେ ତାଙ୍କ ଶାଶୂ ତାଙ୍କୁ ଅପହରଣ କରି ନେଇ ନିଜ ଗ୍ରାମକୁ ନେଇ ଯାଇଥିଲେ ଯେଉଁଠାରେ ଗୁରୁବାର ଦିନ ଏହି ଘଟଣା ଘଟିଥିଲା । ସେ କହିଛନ୍ତି ଯେ ଏହି ଘଟଣା ପାଇଁ ୬ ଜଣିଆ ଟିମ୍ ଗଠନ କରାଯାଇଛି ଏବଂ ପ୍ରତାପଗଡ ପୋଲିସ ଅଧୀକ୍ଷକ ଅମିତ କୁମାର ଗାଁରେ କ୍ୟାମ୍ପ କରୁଛନ୍ତି ।