IBN ଓଡ଼ିଶା ବ୍ୟୁରୋ

ସକାଳେ ଉଠିବା ପରେ ଅଧୂଆ ମୁହଁରେ କଣ ଦେଖିଲେ ଦିନ ହୋଇଥାଏ ଶୁଭ ଓ କାହା ମୁହଁ ଚାହିଁଲେ ଶୁଭ ? ନିଶ୍ଚୟ ଦେଖନ୍ତୁ

ସୂଚନା ଅନୁସାରେ ଆମର ପ୍ରତିଦିନର କାର୍ଯ୍ୟପନ୍ଥାକୁ ଯଦି ଆମେ  ଶାସ୍ତ୍ର ଅନୁସାରେ ସୂଚାରୁ ରୂପରେ କରିବା । ତେବେ ନିହାତି ଭାବେ କରୁଥିବା କାର୍ଯ୍ୟରେ ଅତି ସହଜରେ ସଫଳତା ପ୍ରାପ୍ତ କରିବା । ଯେଉଁ ମାନେ ଶାସ୍ତ୍ର ସମ୍ବଦ୍ଧୀୟ କଥାର ଅବହେଳା କରିଥାନ୍ତି । ସେମାନେ ଜୀବନରେ ପ୍ରତ୍ଯେକଟି କାର୍ଯ୍ୟରେ ସଫଳତା ପାଇବା ପାଇଁ ଅନେକ କଷ୍ଟ କରିଥାନ୍ତି । ଆଜି ଆପଣ ଜାଣିବାକୁ ପାଇବେ ।

 

ସକାଳୁ ଉଠି ବିଛଣା ତ୍ୟାଗ କରିବା ସମୟରେ ମୁହଁ ଧୋଇବା ପୂର୍ବରୁ କେଉଁ ସବୁ କାମ କରିବା ଉଚିତ ହୋଇଥାଏ । ଯେଉଁ ମଣିଷ ସର୍ବଦା ପ୍ରାତଃ ଉଠିଯାଇଥାଏ । ସେ ସବୁ କାର୍ଯ୍ୟକୁ ସଠିକ ସମୟ ଓ ସଠିକ ଢଙ୍ଗରେ ତୁଲାଇ ପାରିଥାଏ । ଶାସ୍ତ୍ର ନିୟମ ଅନୁସାରେ ସକାଳୁ ଉଠିବା ଦ୍ଵାରା ମନୁଷ୍ୟର ଅନେକ ଫାଇଦା ହୋଇଥାଏ । ସେ ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ସୁଦୃଢ ରହିଥାଏ ।

ସକାଳେ ବିଳମ୍ବରେ ଉଠୁଥିବା ଲୋକ ମାନେ ନିଜର ଲକ୍ଷସ୍ତଳରେ ପହଞ୍ଚିବା ପାଇଁ ଅନେକ ସମସ୍ଯାର ସାମ୍ନା କରିଥାନ୍ତି । ତେଣୁ ଆପଣ ପ୍ରତିଦିନ ସକାଳୁ ଶୀଘ୍ର ଉଠି ନିଜର କର ଅର୍ଥାତ ୨ ହାତକୁ ଯୋଡି ଦେଖିବା ଉଚିତ । ହାତ ଦର୍ଶନ କରିବା ସମୟରେ କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ଵତୀ । କରମୂଳେ ଷ୍ଟିତୋ  ବ୍ରହ୍ମା ପ୍ରଭାତେ କରଦର୍ଶନମଏହି ପାର୍ଥନା କରିବା ଉଚିତ ।

 

କାରଣ ଆମ ହାତର ଅଗ୍ରରେ ମା ଲକ୍ଷ୍ମୀ ଓ ମଧ୍ୟରେ ମା ସରସ୍ଵତୀ ଓକର ମୂଳରେ ବ୍ରହ୍ମାଙ୍କର ଅବସ୍ଥାନ ହୋଇଥାଏ । ଯଦି ଆପଣ ସକାଳୁ ଉଠି ସର୍ବ ପ୍ରଥମେ ନିଜ ହାତକୁ ଦର୍ଶନ କରିବେ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳ ହେବ । ତାପରେ ବିଛଣାରୁ ଉଠି ଭୂମୀ ମା’ କୁ ପ୍ରଣାମ କରନ୍ତୁ । କାରଣ ଆମେ ଭୂମୀ ଉପରେ ଆମର ସମସ୍ତ କାର୍ଯ୍ୟ ସମାପନ କରିଥାଉ । ତେଣୁ ଆମେ ଭୂମୀ ମାକୁ ଛୁଇଁ ପ୍ରଣାମ କରିବା ଉଚିତ ।

ସକାଳୁ ଉଠି ମୁଖ ଧୋଇବା ପୂର୍ବରୁ ଏହି ସମସ୍ତ କାର୍ଯ୍ୟ କରିବା ସହିତ ଏପରି କିଛି ଜିନିଷର ଦର୍ଶନ କରନ୍ତୁ । ଯାହା ଆପଣଙ୍କ ଦିନ ପାଇଁ ମଙ୍ଗଳ ରହିବ । ଚନ୍ଦନ, ସୁନା, ଶଙ୍ଖ, ମୃଦଙ୍ଗ, ଦର୍ପଣ ଏହି ସବୁ ଜିନିଷ ସକାଳୁ ଉଠି ମୁହଁ ଧୋଇବା ପୂର୍ବରୁ ଦର୍ଶନ କରିବା ଦ୍ଵାରା ଆପଣଙ୍କ ସଂପୂର୍ଣ୍ଣ ଦିନଟି ଅତି ମଙ୍ଗଳ ଭାବେ କଟିବ ।

Related Articles

Leave a Reply

Your email address will not be published. Required fields are marked *

Back to top button