IBN ଓଡ଼ିଶା ବ୍ୟୁରୋ

Heart Attack ର ଅସଲି ଲକ୍ଷଣ Heart Pain ନୁହେଁ, ବିନା Pain ରେ ବି ଆସେ ଏହି ଲୋକ ମାନଙ୍କୁ ଆସିଥାଏ ହାର୍ଟଟାକ

ସୂଚନା ଅନୁସାରେ ହାର୍ଟ ଆଟାକ୍ ଦିନକୁ ଦିନ ଗମ୍ଭୀର ସମସ୍ଯାରେ ପରିଣତ ହୋଇଗଲାଣି । ଯେଉଁ କାରଣରୁ ବର୍ତ୍ତମାନ ସମୟରେ ଅନେକ ଲୋକ ଏହି ହୃଦଘାତ ଜନିତ ସମସ୍ଯାରେ ପୀଡିତ ହେଉଅଛନ୍ତି । ହୃଦଘାତ ହେବାର ପ୍ରମୁଖ କାରଣ ହେଉଛି ଧମନୀରେ କୋଲେଷ୍ଟ୍ରଲ୍ ଜମା ହେବା କାରଣରୁ ଧମନୀ ବନ୍ଦ ହୋଇଯାଇଥାଏ । ଯାହା ଫଳରେ ହାର୍ଟଆଟାକ୍ ହେବାର ସମ୍ଭାବନା ଅଧିକ ପରିମାଣରେ ଥାଏ । ଏହି ପ୍ରୋସେସ୍ ଯଦି ମସ୍ତିସ୍କରେ ହୋଇଥାଏ ।

 

ତେବେ ଏହାକୁ ବ୍ରେନ ଷ୍ଟ୍ରୋକ କୁହାଯାଇଥାଏ । ଏହି ସମସ୍ଯା କିଡ୍ନୀ ଓ ଲିଭରରେ ମଧ୍ୟ ହୋଇଥାଏ । ଯେତେବେଳେ ଧମନୀରେ କୋଲେଷ୍ଟ୍ରଲ୍ ଜମା ହେବା ଆରମ୍ଭ ହୋଇଯାଥାଏ।   ତେବେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ ହୋଇବା, ଶରୀରରେ ଅସ୍ଥିରତା ବୃଦ୍ଧି ପାଇବା ଏପରି ଲକ୍ଷଣ ପ୍ରକାଶ ପାଇଥାଏ । ଯେତେବେଳେ ପୁରା ଧମନୀ ବନ୍ଦ ହୋଇଯାଇଥାଏ ବା ଫାଟି ଯାଇଥାଏ ।

ତେବେ ହାର୍ଟ ଆଟକ୍ ହୋଇଥାଏ । 35 ରୁ ୫୫ ବର୍ଷର ଲୋକଙ୍କ ବୟସ ଅବଧି ମଧ୍ୟରେ ଅଧିକ ମାତ୍ରାରେ ହାର୍ଟ ଆଟାକ୍ ହେବାର ସମ୍ଭାବନା ରହିଥାଏ । ହାର୍ଟ ହେବାର କାରଣ ଯେଉଁ ମାନେ ହେଲଦୀ ଖାଦ୍ୟ ଗ୍ରହଣ କରୁନାହାନ୍ତି । ଖାଦ୍ୟରେ ଅଧିକ ପରିମାଣରେ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଉଅଛନ୍ତି । ଅଧିକ ମାତ୍ରାରେ ବାହାର ଖାଦ୍ୟ ତଥା ଜଙ୍କ ଫୁଡର ସେବନ କରୁଛନ୍ତି ।

 

ନିଶା ଦ୍ରବ୍ୟର ଅଧିକ ସେବନ କରୁଛନ୍ତି । ତେବେ ସେହି ଲୋକଙ୍କ କ୍ଷେତ୍ରରେ ହାର୍ଟ ଆଟାକ୍ ହେବାର ସମ୍ଭାବନା ରହିଥାଏ । ଶରୀରରେ ସୁଗାର ବଢିବା କାରଣ ମଧ୍ୟ ହାର୍ଟ ଆଟାକ୍ ହେବାର ଅନ୍ୟ କାରଣ ହୋଇଥାଏ ।କାରଣ ଶରୀରର ଯେଉଁ ସ୍ଥାନରେ ଫାଟ୍ ଜମା ହୋଇଥାଏ, ସେହି ଜାଗାରେ ସୁଗାର କାରଣରୁ ଫାଟ୍ ପଥର ଭଳି ହୋଇଯାଇଥାଏ ।

ଯାହା ଦ୍ଵାରା ଫାଟ୍ କୁ ପ୍ରେସର ଦେଇ ଭାଙ୍ଗିବା କଷ୍ଟସାଧ୍ୟ ହୋଇଯାଇଥାଏ ।  ପରିବେଶ ଏବେ ବହୁ ମାତ୍ରାରେ ପ୍ରଦୂଷଣ ହେଉଛିଯାଉଛି । ଯେଉଁ କାରଣରୁ ପରିବେଶର ପ୍ରଭାବ ଶରୀର ଉପରେ କୁପ୍ରଭାବ ପକାଉଛି । ହାର୍ଟ ପାଖାପାଖି ଯନ୍ତ୍ରଣା ହେବା ଦ୍ଵାରା ହାର୍ଟ ଆଟାକ୍ ହୋଇନଥାଏ । ହାର୍ଟ ଆଟାକ୍ ହେବା ଦ୍ଵାରା ଛାତିରେ ଭାରିପଣ ଅନୁଭବ ହୋଇଥାଏ । ଚାଲିଲା ବେଳେ ଭାରିପଣ ବଢିଯିବା ବେଳେ ବସିବା ସମୟରେ ଭାରିପଣ ମନକୁ ମନ କମିଯାଇଥାଏ ।

 

ଶରୀରରେ ବହୁତ ମାତ୍ରାରେ ଝାଳ ବୋହିବା, ମନ ସଂପୂର୍ଣ୍ଣ ଭାବେ ଅସ୍ଥିର ହୋଇଯିବ । ହାର୍ଟ ଆଟାକ୍ ହେବା ସମୟରେ ବୃଦ୍ଧ, ମହିଳା ଓ ଗର୍ଭବତୀ ଅବସ୍ତାରେ ଛାତିରେ ଭାରିପଣ ଅନୁଭବ ହୋଇନଥାଏ । ସେମାନଙ୍କର ନିଶ୍ଵାସ ନେବାର ଅସୁବିଧା ହୋଇବା, ଘାବରା ହୋଇଯିବା, ମନ ଅସ୍ଥିର ଗ୍ଯାସ ଓ ଏସିଡିଟି ଭଳି ସମସ୍ଯାମନ ଦେଖାଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button