ପରିସ୍ରା ପୋଡା କାହିଁକି ହେଉଛି ? ଜାଣନ୍ତୁ ଏହାର କାରଣ ଓ ନିରାକରଣ !
ସୂଚନା ଅନୁସାରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପରିସ୍ରା ଜଳାପୋଡା ସମସ୍ଯା ଆସିଥାଏ । ପରିସ୍ରା ଜଳା ପୋଡାହେବା ପାଇଁ ଅନେକ କାରଣ ଦାୟୀ ରହିଥାନ୍ତି । ଯଦି ୟୁରିନାରୀ ଟ୍ରାକ କିମ୍ବା ପରିସ୍ରା ଦ୍ଵାରରେ କୌଣସି ପ୍ରକାର ସଂକ୍ରମଣ ହୋଇଥାଏ । ତେବେ ପରିସ୍ରା ହେଲା ସମୟରେ ଜଳାପୋଡା ଅନୁଭୂତ ହୋଇଥାଏ । ଯଦି ପରିସ୍ରା ଥଳୀରେ କିମ୍ବା ୟୁରିନାରୀ ଟ୍ରାକରେ ଷ୍ଟୋନ ହୋଇଥାଏ ।
ତେବେ ମଧ୍ୟ ପରିସ୍ରା ଜଳାପୋଡା ହୋଇଥାଏ । ଅସୁରକ୍ଷିତ ଯୌନ ସମ୍ବଦ୍ଧୀୟ କାରଣରୁ ମଧ୍ୟ ୟୁରିନାରୀ ଟ୍ରାକରେ ସଂକ୍ରମଣ ଆସିଥାଏ । ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ କ୍ଷେତ୍ରରେ ଅଧିକ ପରିସ୍ରା ଇନଫେକସନ ହେବାର ସମ୍ଭାବନା ରହିଥାଏ । ପାଣି କମ୍ ପିଉଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ପରିସ୍ରା ବାହାରିବା ସମୟରେ ଜଳାପୋଡା ଅନୁଭୂତ ହୋଇଥାଏ ।
ଯେତେବେଳେ ଆପଣଙ୍କର ପରିସ୍ରାକୁ ନେଇ ଦୈନଦିନ ଜୀବନଶୈଳୀରେ ବ୍ୟାଘାତ ସୃଷ୍ଟି ହେଉଥାଏ । ତେବେ ନିହାତି ଭାବେ ଡାକ୍ତରଙ୍କ ପରାମର୍ଶ ନେଇଯିବା ଉଚିତ । ଯେତେବେଳେ ଆପଣଙ୍କ ପରିସ୍ରାରେ ରକ୍ତ କିମ୍ବା ଧଳା ଧଳା ଧାତୁ ନିଷ୍କାସିତ ହୁଏ । ଏହା ସହିତ ପରିସ୍ରାର ଧାରା କମିଯାଇଥାଏ । ପାଣି ଯଥେଷ୍ଟ ପିଇ ମଧ୍ୟ କୌଣସି ପ୍ରକାର ଉପକାର ମିଳିନଥାଏ ।
ତେବେ ଏଥିପ୍ରତି ଆଦ୍ୱୋ ଅବହେଳା କରିବା ଉଚିତ ନୁହେଁ । ପରିସ୍ରା ପୋଡା ଭଳି ସମସ୍ଯା ରହୁଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାଇ ନିଜର ୟୁରିନ ଟେଷ୍ଟ କରାଇ ନେବା ଆବଶ୍ୟକ ହୋଇଥାଏ । ପୁରୁଷ ଓ ମହିଳା ଉଭୟଙ୍କ କ୍ଷେତ୍ରରେ ପରିସ୍ରା ଜଳାପୋଡା ହେବା ସହିତ ତଳି ପେଟ କାଟିବା, ଭୋକ ନଲାଗିବା, ଜ୍ୱୋର ହେବା ଏହା ସବୁ ୟୁରିନ ଇନଫେକସନ କାରଣ ଯୋଗୁ ହିଁ ହୋଇଥାଏ ।
ପରିସ୍ରା ଇନଫେକସନକୁ ଠିକ କରିବା ପାଇଁ ଯଥେଷ୍ଟ ପରିମାଣର ପାଣି ପିଇବା ଉଚିତ । ତାପରେ ଡାକ୍ତର ୟୁରିନ ଇନଫେକସନର ସଠିକ କାରଣ ଜାଣିବା ପାଇଁ କେତେ ଗୁଡିଏ ଟେଷ୍ଟ କରିଥାନ୍ତି । ଯାହା ଦ୍ଵାରା ୟୁରିନ ଇନଫେକସନର ମୂଳ କାରଣକୁ ଅନୁଧ୍ୟାନ କରାଯାଇ ପରିସ୍ରା ଜଳାପୋଡାକୁ ସଂପୂର୍ଣ୍ଣ ଭଲ କରାଯାଇପାରିବ । ଡାଇବେଟିସ ରୋଗୀଙ୍କର ବହୁ ସମୟରେ ୟୁରିନ ଇନଫେକସନ ସମସ୍ଯାର ସାମ୍ନା କରିବା ପାଇଁ ପଡିଥାଏ ।
ୟୁରିନ ଇନଫେକସନ ବ୍ୟକ୍ତିଙ୍କ ପାଇଁ ଡାକ୍ତରଙ୍କ ମତ ଅନୁସାରେ ଜଣେ ବ୍ୟକ୍ତି ଅତି କମ୍ ରେ ୨ ରୁ ୩ ଲିଟର ପ୍ରତିଦିନ ଜଳ ପିଇବା ଆବଶ୍ୟକ ହୋଇଥାଏ । ଏହା ସହିତ ପରିସ୍ରା କରୁଥିବା ଜାଗା ପରିଷ୍କାର କରିବା ସହିତ ଭଯାଇନାଲ ଏରିଆକୁ କ୍ଳିନ ହେବା ଆବଶ୍ୟକ । ଯଦି ପରିସ୍ରାକୁ ନେଇ ଅନେକ ଲକ୍ଷଣ ମାନ ଶରୀରରେ ଦେଖିବାକୁ ପାଇଥାନ୍ତି ।