ସ୍ୱାସ୍ଥ୍ୟ

ଜାଣନ୍ତୁ ଲିଭର ଖରାପ ହେବାର ଲକ୍ଷଣ କଣ ଓ ଏହାକୁ ସୁସ୍ଥ ରଖିବା ପାଇଁ କଣ ସବୁ କରିବା ଉଚିତ

ନମସ୍କାର ବନ୍ଧୁଗଣ ତେବେ ଆପଣଙ୍କ ପେଟ ଦରଜ ହେଉଛି, ହଜମ ହେଉ ନାହିଁ, ଖଟା ହେକୁଟି ଆସୁଛି, କଲେଷ୍ଟ୍ରଲ ବା ବ୍ଲଡ଼ ପ୍ରେସର ବଢୁଛି, ପେଟ ଫୁଲି ରହୁଛି, ଦୁର୍ବଳ ଲାଗୁଛି, ଠିକ୍ ଭାବରେ ପାଚନ ହେଉ ନାହିଁ, ଏମିତିରେ ଆପଣଙ୍କର ଲିଭର ସମସ୍ୟା ନାହିଁ ତ ? କାରଣ ଲିଭର ଆପଣଙ୍କର ଟକ୍ସିନକୁ ବାହାରକୁ କଢ଼ିବାରେ ସାହାଯ୍ୟ କରି ଥାଏ ।

ଆପଣଙ୍କ ପାଚନ ତନ୍ତ୍ର ଠିକ ରଖିବାରେ ସାହାଯ୍ୟ କରି ଥାଏ । ଆପଣଙ୍କୁ ରୋଗ ଠାରୁ ବଞ୍ଚେଇ ଥାଏ । ଆପଣଙ୍କ ଶରୀର ରେ ଯାହା ଖରାପ ପ୍ରଭାବ ଆସିଥାଏ, ତାହାକୁ ଲିଭର୍ ଆସିବାକୁ ଦିଏ ନାହିଁ । ସମସ୍ତ କଷ୍ଟ ନିଜ ଉପରକୁ ନେଇଯାଏ ଏବଂ ଆପଣଙ୍କ ଅଙ୍ଗକୁ ଖରାପ ହେବାରୁ ରକ୍ଷା କରି ଥାଏ । ଲୀଭର ମଣିଷ ଶରୀରର ଏଭଳି ଏକ ଅଙ୍ଗ ଅଟେ ଯାହା ସେ ନିଜକୁ ନିଜେ ରିପେୟାର କରି ନେଇଥାଏ ।

କିନ୍ତୁ ଲୋକେ ମଦ, ଚା, କଫି, ସିଗାରେଟ, ବିଭିନ୍ନ ପ୍ରକାରର ମେଡିସିନ ଖାଇ ନିଜ ଲୀଭର କୁ ଖରାପ କରିବାରେ ବ୍ୟସ୍ତ । ତେବେ ଯଦି ଆପଣ ନିଜ ଲିଭରକୁ ବଞ୍ଚାଇବା ପାଇଁ ଚାହୁଛନ୍ତି ତାହେଲେ ସର୍ବପ୍ରଥମେ ନିଶା ସେବନରୁ ବଞ୍ଚିତ ହୁଅନ୍ତୁ । ଅଳ୍ପ କିଛି ହେବା ଦ୍ଵାରା ବିଭିନ୍ନ ପ୍ରକାରର ମେଡିସିନ ଖାଇବାରୁ ବଞ୍ଚିତ ହୁଅନ୍ତୁ । ଯେତେବେଳେ ଅଧିକ ଆବଶ୍ୟକତା ପଡ଼ିବ, ସେତେବେଳେ ଯାଇ ମେଡିସିନ ଖାଆନ୍ତୁ ।

ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ସବୁବେଳେ ସେବନ କରିବା ଦ୍ୱାରା ଆପଣଙ୍କ ଲିଭର ପୁଣି ସୁସ୍ଥ ହେବାକୁ ଲାଗିବ, ତାହା ହେଉଛି ଗ୍ରୀନ ଜୁସ ।ଗ୍ରୀନ ଜୁସ ସେବନ କରିବା ଆରମ୍ଭ କରି ଦିଅନ୍ତୁ, ଆପଣଙ୍କର ଲିଭର ସୁସ୍ଥ ହେବା ଆରମ୍ଭ ହୋଇଯିବ । କିଛି ଦିନ ମଧ୍ୟରେ ଆପଣ ସୁସ୍ଥ ହୋଇଯିବେ ।

ଯଦି ଆପଣ ଅଧିକ ଦିନ ବଞ୍ଚିବା ପାଇଁ ଚାହାନ୍ତି ଏବଂ ଅନ୍ୟ ଅଙ୍ଗ କୁ ଖରାପ ହେବାରୁ ବଞ୍ଚାଇବା ପାଇଁ ଚାହାନ୍ତି, ତାହେଲେ ଏହି ଉପାୟ ଜାଣି ନିଅନ୍ତୁ । ତେବେ ଆପଣ ପ୍ରଥମେ ଲାଉ କୁ କାଟି ନିଅନ୍ତୁ ଏବଂ ସେଥିରେ ଧନିଆ ପତ୍ର କାଟି ମଧ୍ୟ ପକେଇବା ଏବଂ ଭଲରେ ଗ୍ରାଇଣ୍ଡିଙ୍ଗ କରିଦିଅ ଏବଂ ସେଥିରେ ଟିକେ ଗିଲହ ରସ ଏବଂ ଟିକେ ହଳଦୀ ଗୁଣ୍ଡ, ଲେମ୍ବୁ ରସ ଏବଂ ବିଟ ଲୁଣ ପକେଇକି ପିଅନ୍ତୁ ତେବେ ଦେଖିବେ ଆପଣଙ୍କ ସବୁ ସମସ୍ୟା ଦୂର ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button