ସ୍ୱାସ୍ଥ୍ୟ

ଆଜି କଟକ ସହରରୁ ୨୭ କରୋନା ପଜିଟିଭ୍ ଚିହ୍ନଟ ।

IBN ଓଡିଶା(ବ୍ୟୁରୋ) : ଆଜି କଟକ ସହରରୁ ପୁଣି ଆଉ ୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି। ଏନେଇ ସିଏମସି ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।ସୂଚନାନୁଯାୟୀ, କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୭ଟି କେସ୍ କ୍ୟାନସର ହସ୍ପିଟାଲରୁ, ପ୍ରତାପ ନଗରୀ ଗଉଡସାହି ଅଞ୍ଚଳରୁ ୩ଟି ଓ ମଙ୍ଗଳା ଲେନ୍ ଶଙ୍କରପୁରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରାଉଶ ପାଟଣାରୁ ୨ ଜଣ, ମୁରାଦ ଖାନ ପାଟଣା ଅଞ୍ଚଳରୁ ଜଣେ ଲୋକାଲ୍ କେସ୍ ସାମନାକୁ ଆସିଛି। ଏଯାବତ୍ କଟକ ସହରରୁ ମୋଟ ୨୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ଏବେ ୧୫୦ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସିଏମସି ସୂଚନା ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button