IPS ସ୍ତରରେ ବଡ ଅଦଳ ବଦଳ

IBN ଓଡିଶା(ବ୍ୟୁରୋ):ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଏନେଇ ପ୍ରକାଶ ବିଧିବଦ୍ଧ ବିଜ୍ଞପ୍ତି ପାଇଛି।
ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ଦିଆଯାଇଛି। ପ୍ରତୀକ ସିଂହଙ୍କୁ କଟକ ଡିସିପି ପଦରେ ନିଯୁକ୍ତି ମିଳିଥିବା ବେଳେ ସୌମ୍ୟା ମିଶ୍ରଙ୍କୁ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଦାୟିତ୍ୱ ଦିଆଯାଇଛି।
ବରିଷ୍ଠ ଆଇପିଏସ ଏମ୍. ଅକ୍ଷୟଙ୍କୁ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ପଦକୁ ବଦଳି କରାଯାଇଛି। ସତ୍ୟଜିତ ମହାନ୍ତି ହୋଇଛନ୍ତି ଅଗ୍ନିଶମ ଓ ହୋମଗାର୍ଡ ଡିଜି, ଲଳିତ ଦାସଙ୍କୁ ଏଡିଜିପି କମ୍ୟୁନିକେସନ, ରାଧାକୃଷ୍ଣ ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ ଓ ସୌମେନ୍ଦ୍ର ପ୍ରିୟଦର୍ଶୀ- କ୍ରାଇମବ୍ରାଞ୍ଚ ଏଡିଜିପି ଦାୟିତ୍ଵ ଦିଆଯାଇଛି। ସେହିପରି ପ୍ରବୀଣ କୁମାର-ଆଇଜି ଆଇନ ଶୃଙ୍ଖଳା, ଅନୁପ କୁମାର ସାହୁ- ଗୁଇନ୍ଦା ବିଭାଗ ଡିଆଇଜି, ସାର୍ଥକ ଷଡ଼ଙ୍ଗୀ- କ୍ରାଇମବ୍ରାଞ୍ଚ ଏସ୍ପି, ଅଖିଳେଶ୍ୱର ସିଂହ- ପୁରୀ ଏସ୍ପି, ଗଜପତି ଏସ୍ପି ସାରା ଶର୍ମା- ଭିଜିଲାନ୍ସ ମୁଖ୍ୟ, ବିନୀତ ଅଗ୍ରୱାଲ-କନ୍ଧମାଳ ଏସ୍ପି, ସାଗରିକା ନାଥ-ସୁନ୍ଦରଗଡ଼ ଏସ୍ପି, ରାହୁଲ ଜୈନ- ନୂଆପଡ଼ା ଏସ୍ପି, ଏସ୍.ସି ଜମାଦାର-ଦେବଗଡ଼ ଏସ୍ପି, ତପନ କୁମାର ପଟ୍ଟନାୟକ-ଗଜପତି ଏସ୍ପି ଓ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ପୁରୀ ଏସ୍ପି ଭାବେ ବଦଳି କରାଯାଇଛି।