IBN ଓଡ଼ିଶା ବ୍ୟୁରୋ

ରାତି ଅଧରେ ବାରମ୍ବାର ପରିଶ୍ରା ଲାଗୁଛି କି ତେବେ ଜାଣନ୍ତୁ ଏହି କଥା –

ଯଦି ଅଧରାତ୍ରିରେ ପରିସ୍ରା ଲାଗୁଛି ତେବେ ଆସନ୍ତୁ ଜାଣିବା ତାର କାରଣ । ପ୍ରତ୍ୟେକ ମଣିଷ ନିୟମିତ ଭାବେ ପ୍ରଚୁର ପାଣି ପିଇବା ଦରକାର । ଯେମିତି କି ଆମ୍ଭେମାନେ ସମସ୍ତେ ଜାଣିଛେ ଏହି ପାଣିକୁ ସଠିକ ମାତ୍ରାରେ ପିଇଲେ ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଏହା ସହିତ ସମୟରେ ପରିସ୍ରା ବି କରିବା ଶରୀର ପାଇଁ ଭଲ ଅଟେ କିନ୍ତୁ ଆପଣ ଧ୍ୟାନ ଦେଇନଥିବେ ଆମେ ଅଧରାତ୍ରିରେ ଉଠି ପରିସ୍ରା କାହିଁକି କରୁ, ରାତିରେ ଆଖି ଖୋଲିବା ମାତ୍ରେ ପରିସ୍ରା ଲାଗିଯାଇଥାଏ , କିନ୍ତୁ ବାରମ୍ବାର ପରିସ୍ରା ଲାଗିବା ବି ଭଲ ନୁହେଁ । ତେବେ ଅଧିକ ଥର ପରିସ୍ରା ଲାଗିବା , ଅଧରାତ୍ରିରେ ବାରମ୍ବାର ପରିସ୍ରା ଲାଗିବା ଭଲ ନା ଖରାପ ଆସନ୍ତୁ ଜାଣିବା ।

ଯଦି ରାତିରେ ପରିସ୍ରା ଲାଗୁଛି ଆମକୁ କଣ କରିବା ଦରକାର । ତେବେ ଡାକ୍ତରଙ୍କ କହିବା ଅନୁସାରେ ଆମକୁ ଯେତେବେଳେ ପରିସ୍ରା ଲାଗେ ସେହି ପରିସ୍ରା ଦେଇ ଶରୀରର ବିଷାକ୍ତ ଓ ହାନିକରକ ପଦାର୍ଥ ବାହାରକୁ ବାହାରିଥାଏ । ଯାହା ଦ୍ୱାରା ଆମର ଶରୀର ସୁସ୍ଥ ରହିଥାଏ ।

କିନ୍ତୁ କଣ ଆପଣ ଜାଣିଛନ୍ତି ବ୍ୟକ୍ତିକୁ କାହିଁକି ଅଧରାତ୍ରିରେ ପରିସ୍ରା ଲାଗେ ତେବେ ଆସନ୍ତୁ ଜାଣିବା । ଯଦି କୌଣସି ବ୍ୟକ୍ତି ଶୋଇବା ପୂର୍ବରୁ ଅଧିକ ପାଣି ପିଇନିଏ ଅବା ଅଧିକ ତରଳ ପଦାର୍ଥ ଖାଇନିଏ ତେବେ ରାତି ଅଧରେ ତାକୁ ପରିଶ୍ରା ଲାଗିଥାଏ ।

ଯଦି କୌଣସି ବ୍ୟକ୍ତି ଅଧରାତ୍ରିରେ ଉଠି ଯାଇ ପରିଶ୍ରା କରିବା ଆରମ୍ଭ କରିଥାଏ ତେବେ ହଠାତ ତାର ରକ୍ତର ପ୍ରଭାବ ବଢିଥାଏ । ଆମେ ରାତି ଅଧରେ ଯେବେ ଉଠିଯାଉ ଆମ ଶରୀର ଠିକ ଭାବେ ସତେଜ ହୋଇନଥାଏ , ଯାହା ଦ୍ୱାରା ଶରୀରରେ ପ୍ରଭାହୀତ ରକ୍ତ କଣିକା ମସ୍ତିକରେ ଅଟକି ଯାଇଥାଏ , ଆଉ ଯେତେବେଳେ ଆମ ମସ୍ତିକରେ ରକ୍ତ ଠିକ ଭାବେ ସଁଚାଳିତ ହୋଇ ପାରେ ନାହିଁ , ତେବେ ଏହା ଦ୍ଵାରା ଆମକୁ ବ୍ରେନ ସ୍ଟ୍ରୋକ ହବା ସମସ୍ୟା ଅଧିକ ବଢିଯାଇଥାଏ ।

ଗୋଟିଏ ସର୍ବେରୁ ଜଣାପଡିଛି ଯେ ପଚାଶ ବର୍ଷ ପରେ ଅନେକ ଲୋକଙ୍କୁ ରାତି ଅଧରେ ଉଠି ପରିସ୍ରା କରିବା ଅଭ୍ୟାସ ହୋଇଯାଇଥାଏ । ଏହି ମାନେ ଅଧ ରାତିରେ ଦୁଇଥର ରୁ ଅଧିକ ବାର ଉଠନ୍ତି ତେବେ ନିଦ ଭଲ ହୁଏ ନାହିଁ ଓ ସେହି ମଣିଷର ଟେନସନ ବଢିଯାଏ , ସେ ମଣିଷ ଚିଡ ଚିଡା ସ୍ଵଭାବର ମଧ୍ୟ ହୋଇ ଯାଇଥାଏ । ଏହା ଠାରୁ ଆହୁରି ଅଧିକ ଅସୁବିଧାର ବିଷୟ ହେଉଛି ବ୍ରେନ ସ୍ଟ୍ରୋକ ଆସିବାର ଭୟ । ଯଦି ଆପଣ ରାତି ଅଧରେ ଉଠି ବାରମ୍ବାର ପରିସ୍ରା ଯାଉଛନ୍ତି ତେବେ ବ୍ରେନ ସ୍ଟ୍ରୋକର ସମ୍ଭାବନା ବଢିଯାଏ । ତେବେ ଏହି ଡରରୁ ଦୂରରେ ରହିବା ପାଇଁ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ ।

 

Related Articles

Leave a Reply

Your email address will not be published. Required fields are marked *

Back to top button