IBN ଓଡ଼ିଶା ବ୍ୟୁରୋ

ପ୍ରତିଦିନ ଖାଦ୍ୟରେ ବ୍ୟବହାର କରନ୍ତୁ ଛତୁ ପାଉଡର! ଏହି ୪ଟି ସ୍ୱାସ୍ଥ୍ୟ ସମସ୍ୟା ଠାରୁ ରହିବେ ଦୂରେଇ

ସାଧାରଣତଃ ଆମେ ସମସ୍ତେ ଛତୁ ତରକାରୀ କିମ୍ବା ଛତୁ ଭଜା ଖାଇବାକୁ ଭଲ ପାଇଥାଉ। ତେବେ, ଛତୁ ପାଉଡର ବିଷୟରେ ବୋଧେ ବହୁତ କମ୍ ଲୋକେ ହିଁ ଜାଣିଛନ୍ତି। ଛତୁ ପାଉଡରରେ କପର୍, ପୋଟାସିୟମ୍, ସେଲେନିୟମ୍, ଗ୍ଲୁଟାଥିୟମ୍, ଫାଇବର୍ ଏବଂ ଭିଟାମିନ୍ ସି ଭଳି ଅନେକ ଉପାଦାନ ଭରି ରହିଛି ଯାହାକି ସ୍ୱାସ୍ଥ୍ୟ ପ୍ରତି ହିତକର ଅଟେ।

Mushroom powder

୧. ଛତୁ ପାଉଡର୍ ଡାଇବେଟିସ୍ ରୋଗୀମାନଙ୍କ ପାଇଁ ବେସ୍ ଭଲ ହୋଇଥାଏ। ଏଥିରେ ଗ୍ଲାଇସେମିକ୍ ଇଂଡ଼େକ୍ସ ବହୁତ କମ୍ ଥିବା ବେଳେ ଭରପୁର୍ ମାତ୍ରାରେ ଫାଇବର୍ ରହିଛି। ଯାହାକି ବ୍ଲଡ଼ ସୁଗର୍ ଲେବଲ୍ କଣ୍ଟ୍ରୋଲ କରିବାରେ ସକ୍ଷମ ହୋଇଥାଏ।

Diabetes

୨. ସବୁଠାରୁ ବଡ଼ କଥା ହେଉଛି ଏହି ପାଉଡ଼ରରେ ଆଣ୍ଟି-କ୍ୟାନ୍ସର୍ ଗୁଣ ମଧ୍ୟ ରହିଛି। ଯାହାକି କ୍ୟାନ୍ସର୍ ସେଲ୍ସକୁ ରୋକିବା ସହିତ ଏହି ରୋଗ ହେବାର ସମ୍ଭାବନାକୁ ଯଥେଷ୍ଟ ମାତ୍ରାରେ କମାଇଦେଇଥାଏ।

Cancer

୩. ସେହିପରି ଛତୁ ପାଉଡରରେ ରହିଥିବା ସେଲେନିୟମ୍ ଶରୀରର ଇମ୍ୟୁନିଟି ବଢ଼ାଇଥାଏ। ଫଳରେ ମଣିଷ ରୋଗ ସଂକ୍ରମଣ ଠାରୁ ଦୂରେଇ ରହିଥାନ୍ତି।

Immunity booster

୪. କେବଳ ସେତିକି ନୁହେଁ ଏଥିରେ ଯଥେଷ୍ଟ ପରିମାଣର ଭିଟାମିନ-ଇ ରହିଥିବାରୁ ଏହା ତ୍ୱଚା ଏବଂ ବାଳକୁ ଭଲ ରଖିବାରେ ସକ୍ଷମ ହୋଇଥାଏ।

Skin care

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button