ରାଜନୀତି

୩ୟ ପର୍ୟ୍ୟାୟରେ ୫୭ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ – Ibnodisha

[ad_1]

ନୂଆଦିଲ୍ଲୀ: ଜାତୀୟ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ୟ୍ୟାୟରେ ୫୭ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ପାର୍ଟି ମୁଖ୍ୟାଳୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଶେଷ ହେବା ପରେ ପ୍ରାର୍ଥୀ ଘୋଷଣା କରିଛି ଦଳ । ତାଲିକାରେ ଅରୁଣାଚଳ ପ୍ରଦେଶରୁ ୨, ଗୁଜୁରାଟରୁ ୧୧,କର୍ଣ୍ଣାଟକରେ ୧୭, ମହାରାଷ୍ଟ୍ରରେ ୭, ରାଜସ୍ଥାନରେ ୫, ତେଲେଙ୍ଗାନାରେ ୫, ପଶ୍ଚିମବଙ୍ଗରେ ୮, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଗୋଟିଏ ଆସନ ରହିଛି । ତେବେ ପଶ୍ଚିମବଙ୍ଗରେ ଦଳର ପ୍ରଦେଶ କମିଟି ସଭାପତି ତଥା ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ନିଜ ପାରମ୍ପରିକ ଆସନ ବରହମପୁରରୁ ନିର୍ବାଚନ ଲଢିବେ । ଏହି ଆସନରେ ରାଜ୍ୟରେ ଶାସନରେ ଥିବା ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ ଦେଇଛି । ଏଥର ରାଜନୀତିରେ ନବାଗତ ୟୁସୁଫ ଓ ଅନୁଭବୀ ଅଧୀରଙ୍କ ମଧ୍ୟରେ ହାଇଭୋଲଟେଜ ଟକ୍କର ଦେଖିବାକୁ ମିଳିବ । ଘୋଷିତ ତାଲିକାରେ କିଛି ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ଜ୍ବାଇଁ ରାଧାକ୍ରିଷ୍ଣା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶିଲ କୁମାର ସିନ୍ଦେଙ୍କ ଝିଅ ପ୍ରଣତି ସିନ୍ଦେ ପ୍ରମୁଖ ମଧ୍ୟ ରହିଛନ୍ତି । ଏକାଧିକ ରାଜ୍ୟରେ ଦଳ ଏପର୍ୟ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି । ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା କାରଣରୁ ଏହି ଘୋଷଣା ବିଳମ୍ବ ହେଉଛି । ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ନିଜର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀଙ୍କ ନାମ ଘୋଷଣା କରିସାରିଛି । ରାହୁଲ ଏଥର କେରଳର ଓ୍ବାଇନାଡ ଆସନରୁ ପୂର୍ବଥର ପରି ନିର୍ବାଚନ ଲଢିବେ । ସେହିପରି ଉଭଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିଜ ପରିବାର ଦୀର୍ଘକାଳୀନ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ରାୟବରେଲୀରୁ ନିର୍ବାଚନୀ ଡେବ୍ୟୁ କରିବା ନେଇ ଯଥେଷ୍ଟ ସମ୍ଭାବନା ଥିଲେ ସୁଦ୍ଧା ତାଙ୍କ ନାମ ଏପର୍ୟ୍ୟନ୍ତ ଦଳ ଘୋଷଣା କରିନାହଁ । କଂଗ୍ରେସର ଭେଟେରାନ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଗାନ୍ଧୀ ପରିବାର ଏହି ପାରମ୍ପରିକ ଆସନ ଏବେ ଖାଲିପଡିଛି । ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି କଂଗ୍ରେସକୁ ୧୭ଆସନ ଛାଡିଛି । ରାହୁଲ ଦ୍ବିତୀୟ ଆସନ ଭାବେ ପୁଣି ଆମେଠୀକୁ ଫେରିବେ କି ନାହିଁ, ତାହା ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button