ରାଜ୍ୟ

ବିଜେପି ଛାଡ଼ି ବିଜେଡିରେ ମିଶିଲେ ଏହି ନେତ୍ରୀ – Ibnodisha

[ad_1]

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜୋରସରରେ ହେଉଛି । ଏହାରି ଭିତରେ ବିଜେଡିରେ ଯୋଗଦେଲେ ଇରାନୀ ରାୟ । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗଦେଲେ ଇରାନୀ । ଗତ କିଛି ଦିନ ତଳେ ବିଜେପି ଛାଡିଥିଲେ ଇରାନୀ । ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ ।

ତେବେ ବିଜେଡିରେ ମିଶିଲା ପରେ ବିଜେପି ଉପରେ ବର୍ଷିଛନ୍ତି ଇରାନୀ । କହିଛନ୍ତି, ନୟାଗଡରେ ବିଜେପି ପାଇଁ ଅନେକ କିଛି କରିଛି । ହେଲେ ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମତେ ମିଳିନି । ମୋ ସହିତ ଅନ୍ୟାୟ ହୋଇଛି । ଇରାନୀ କହିଛନ୍ତି, ୮ରୁ ୯ ବର୍ଷ ହେବ ମୁଁ ରାଜନୀତିରେ ଅଛି। ବିଜେପି ପାଇଁ ମୁଁ ମୋର ୧୦୦ ପ୍ରତିଶତ ଦେଇଛି ହେଲେ ମୋତେ ନ୍ୟାୟ ମିଳିନି କି ମୋର କର୍ମୀଙ୍କୁ ଉଚିତ ସମ୍ମାନ ମିଳିନି । ମୋ ସହ ଅନ୍ୟାୟ ହୋଇଛି ।

ନୟାଗଡରେ ବିଜେପି ବୋଲି କିଛି ନଥିଲା। ସମସ୍ତେ କଂଗ୍ରେସ ଛାଡି ବିଜେପି ସହ ସଂଗଠିତ ହୋଇଥିଲେ। ତାକୁ ନେଇ ଆମେ କାର୍ୟ୍ୟ କରୁଥିଲୁ। ହେଲେ ସମ୍ମାନ ମିଳିଲାନି। ମୁଁ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ବିଜେଡିରେ ମିଶିଲି। ଟିକେଟ ପ୍ରତି ମୋର ଆଶା ନାହିଁ। ମୁଁ ଦଳ ପାଇଁ କାମ କରିବି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button