IBN ଓଡ଼ିଶା ବ୍ୟୁରୋ

ଗର୍ଭାବସ୍ଥାରେ ମଧ୍ୟ ଆପଣ ଚିକେନ୍ ଖାଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହିସବୁ ଜରୁରୀ

ଗର୍ଭଧାରଣର ସମୟ ମହିଳାମାନଙ୍କ ପାଇଁ ଯେତିକି ଖୁସିର ସମୟ ହୋଇଥାଏ ସେହି ସମୟରେ ନିଜ ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଗର୍ଭଧାରଣ ଏକ ସୂକ୍ଷ୍ମ ସମୟ ହୋଇଥିବାରୁ ମହିଳାମାନେ ନିଜ ଖାଦ୍ୟପେୟକୁ ନେଇ ସଚେତନ ରହିବା ନିତ୍ୟାନ୍ତ ଜରୁରୀ ଅଟେ। ଗର୍ଭାବସ୍ଥାରେ ଚିକେନ୍ ଖାଇବା କେତେ ଠିକ୍ ଏହାକୁ ନେଇ ଭିନ୍ନ ଭିନ୍ନ ଧାରଣା ରହିଛି।

Pregnant

ତେବେ, ଗର୍ଭବତୀ ଥିବା ସମୟରେ ଶରୀରକୁ ପ୍ରୋଟିନର ଆବଶ୍ୟକତା ରହିଥାଏ। ଚିକେନରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥିବାରୁ ଏହାକୁ ଖାଇବା ଉଚିତ। ସେହିପରି ଚିକେନରେ ପ୍ରଚୁର ପରିମାଣର ଆଇରନ୍ ରହିଛି ଯାହାକି ଗର୍ଭାବସ୍ଥାରେ ମାଆ ଶରୀରକୁ ରକ୍ତହୀନତା ହେବାଠାରୁ ରୋକିଥାଏ। ତେବେ, ଚିକେନ୍ ଖାଇବା ବେଳେ ଆପଣ କିଛିଟା ସତର୍କତା ଅବଲମ୍ବନ କରିବା ଉଚିତ।

Chicken

ଚିକେନ୍ ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଧୋଇବା ସହିତ ସିଝାଇବା ଜରୁରୀ ଅଟେ। ଗର୍ଭବତୀମାନେ ଅଧା ସିଝା ଚିକେନ୍ ଖାଇବା ଉଚିତ୍ ନୁହେଁ। ସେହିପରି ଭାବରେ କିଛି ଚିକେନ୍ ଉତ୍ପାଦ ଯେପରିକି ସସେଜ କିମ୍ବା ପ୍ରୋଷ୍ଟେଡ଼ ମାଂସରେ ସୋଡିୟମ୍ ଅଧିକ ହୋଇପାରେ। ଏହି ସବୁଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ବ୍ରଏଲର୍ କୁକୁଡ଼ା ଖାଇବା ଠାରୁ ଦେଶୀ କୁକୁଡ଼ା ଖାଇବାକୁ ଚେଷ୍ଟା କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button