ଘୋଷଣା ହେଲା ଆଇପିଏଲ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ – Ibnodisha

[ad_1]
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ ହୋଇଛି । ଲୋକସଭା ନିର୍ବାଚନର ତାରିଖ ଘୋଷଣା ପରେ ଆୟୋଜକ କମିଟି ଏହି କାର୍ଯ୍ୟସୂଚୀ ଜାରୀ କରିଛି । ଏପ୍ରିଲ ୮ରୁ ଏହି ପର୍ଯ୍ୟାୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଚେପକ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ମେ ୨୬ରେ ଫାଇନାଲ ମ୍ୟାଚ ଚେନ୍ନାଇରେ ଆୟୋଜିତ ହେବ । ପୂବିସିସିଆଇ ପ୍ରଥମ ପର୍ଯ୍ୟାୟ ପାଇଁ ୨୧ ଟି ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରିଥିଲା, ଯାହାର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୨ରେ ଆରମ୍ଭ ହୋଇଥିଲା । ଆଇପିଏଲ୍ ୨୦୨୪ ର ପ୍ରଥମ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ୭ ଏପ୍ରିଲରେ ଖେଳାଯିବ। ଏହି ସମୟ ମଧ୍ୟରେ ବୋର୍ଡ ପରବର୍ତ୍ତୀ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଆଇପିଏଲ୍ ୨୦୨୪ ରେ ଥିବା ୧୦ ଟି ଦଳକୁ ଦୁଇଟି ଗ୍ରୁପ୍ ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ‘ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଥିବାବେଳେ ଗ୍ରୁପ୍ ‘ବି’ରେ ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ରହିଛନ୍ତି। ଉଭୟ ଗ୍ରୁପ୍ ର ସମସ୍ତ ଦଳ ମଧ୍ୟରେ ଗୋଟିଏ ମ୍ୟାଚ୍ ଖେଳାଯାଇଛି ।
[ad_2]