IBN ଓଡ଼ିଶା ବ୍ୟୁରୋ

ଗୋଲାପ ଜଳ ପରି ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ତେଲ, ଜାଣନ୍ତୁ ଏହାର ବ୍ୟବହାର

ତ୍ଵଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ଜଳ। ଏହାକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରୁଥିବେ। ଏହାକୁ ଲୋକମାନେ ରୋଷେଇରେ ମଧ୍ୟ ବ୍ୟବହାର କରନ୍ତି। ତେବେ କଣ ଆପଣ ଜାଣିଛନ୍ତି କି ଗୋଲାପ ଜଳ ଭଳି ଗୋଲାପ ତଲ ଆମ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହାକୁ ଏସେନସିଆଲ୍ ଅଏଲ କାଟେଗୋରୀରେ ରଖାଯାଇଛି। ଏହି ତେଲରେ ଆଣ୍ଟିସେପ୍ଟିକ, ଆଣ୍ଟିସ୍ପାସ୍ମୋଡିକ, ଆଣ୍ଟିଡିପ୍ରେସେଣ୍ଟ, ଆଣ୍ଟିଫ୍ଲଷ୍ଟିକ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି। ତେବେ ଜାଣନ୍ତୁ ରୋଜ ଅଏଲର ଲାଭ-

ରୋଜ ଅଏଲ ଲଗାଇଲେ ପୀଡ଼ା ଦରଜ କମେ। ଏହା ଦ୍ଵାରା ମିଜାଜ୍ ଠିକ୍ ରୁହେ। କୌଣସି ସ୍ଥାନରେ କ୍ଷତ ହୋଇଥିଲେ ଖୁବ୍ ଶୀଘ୍ର ଭରଣ ହୋଇଥାଏ। ଯୌନ ଇଚ୍ଛାକୁ ଜାଗ୍ରତ କରେ। ଏହି ତେଲରେ ଆଣ୍ଟିସେପ୍ଟିକ ଗୁଣ ରହିଛି। କୀଟାଣୁ ଠାରୁ ବଞ୍ଚାଏ।

କିଭଳି କରିବେ ବ୍ୟବହାର ?

ଗୋଲାପ ତେଲ ସାଧାରଣତଃ ମହଙ୍ଗା ହୋଇଥାଏ। ଏହା ଅତ୍ୟଧିକ ଗୁଣକାରୀ ହୋଇଥାଏ। ଏହାକୁ ଆପଣ ବାର୍ଥ ଟବରେ ପକାଇ ବ୍ୟବହାର କରିପାରିବେ। ବାର୍ଥ ଟବରେ ପକାଇ ଗାଧୋଇବା ଦ୍ଵାରା ତ୍ଵଚା ଚିକ୍କଣ ହୁଏ।

-ଏକ ଟବରେ କିଛି ପାଣିରେ ଗୋଲାପ ତେଲ ପକାନ୍ତୁ। ଏଥିରେ ଗୋଡ ବୁଡାଇ ରଖନ୍ତୁ। ଖୁବ୍ ଆରାମ ଲାଗିବ।

-ରୋଜ୍ ଅଏଲ ଶୁଙ୍ଘିବା ଦ୍ଵାରା ଆପଣଙ୍କ ସମସ୍ତ ମାନସିକ ବିଷାଦ ଦୂର ହୋଇଯିବ। ଏହାକୁ ଶରୀରରେ ମାଲିସ୍ କଲେ ଖୁବ୍ ଆରାମ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button