IBN ଓଡ଼ିଶା ବ୍ୟୁରୋ

ଛୋଟ ପିଲାଙ୍କର ଅଛି କି କୃମି ସମସ୍ୟା ? ଜାଣନ୍ତୁ ଲକ୍ଷଣ…

ଛୋଟ ପିଲାଙ୍କ ଶରୀରରେ ବିଭିନ୍ନ ସମୟରେ କୃମି ସମସ୍ୟା ଦେଖା ଦେଇଥାଏ। ଏହାକୁ ପିନ୍ ୱର୍ମ ବା ଥ୍ରେଡ୍ ୱର୍ମ କୁହାଯାଏ। ପେଟରେ କୃମି ହେଲେ ପିଲାମାନଙ୍କ ଶରୀର ବିକାଶ ଉପରେ ପଡ଼ିଥାଏ। ଯଦି ଆପଣ କୃମି ହେବାର ଲକ୍ଷଣ ବିଷୟରେ ଜାଣିପାରିବେ ତେବେ ଖୁବ୍ ଶୀଘ୍ର ଏହାର ଉପଚାର କରିପାରିବେ।

ପିଲାମାନେ ପ୍ରାୟତଃ ପାଟିରେ ହାତ ମାରନ୍ତି। ଏହି କାରଣରୁ ସେମାନଙ୍କ ପେଟରେ କୃମି ହୋଇଥାଏ। ବହୁ ସମୟରେ ପିଲାମାନେ ଖେଳିବା ବେଳେ ପାଟିରେ ଅସନା ଖେଳଣା ଭର୍ତ୍ତି କରନ୍ତି। ଏହି କାରଣରୁ ମଧ୍ୟ କୃମି ହୋଇଥାଏ। ଯେଉଁମାନେ ମାଟି ଖାଆନ୍ତି ସେମାନଙ୍କର ମଧ୍ୟ ଏହି ସମସ୍ୟା ହୋଇଥାଏ। ଧୀରେ ଧୀରେ ପେଟରେ କୃମି ସଂଖ୍ୟା ବଢିଯାଏ। ଏବଂ ଆପଣଙ୍କ ପିଲାମାନଙ୍କ ବିକାଶରେ ସମସ୍ୟା ସୃଷ୍ଟି ହୁଏ। ତେଣୁ ଆପଣ ପିଲାମାନଙ୍କ ଖାଦ୍ୟରେ ସଫା ସୁତୁରା ରଖନ୍ତୁ।

କୃମି ହେଲେ ଓଜୋନ କମିଯାଏ। ଜଲଦି ଭୋକ ଲାଗେ। ପେଟ କାଟେ। ଏପରିକି ବାନ୍ତି ମଧ୍ୟ ହୋଇଥାଏ। ଯଦି ଆପଣ ପିଲାଙ୍କ ନିକଟରେ ଏହି ଲକ୍ଷଣ ଦେଖୁଛନ୍ତି ତବେ ଏହା କୃମି ହେବାର ଲକ୍ଷଣ। ଏହି ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button