IBN ଓଡ଼ିଶା ବ୍ୟୁରୋ

ମାତ୍ର ୭ ଦିନ ଖାଲି ପେଟରେ ଗୁଡ ଖାଇ ଗରମ ପାଣି ପିଇବା ଦ୍ଵାରା ଏହି ୮ଟି ଚମତ୍କାରୀ ଲାଭ ମିଳିଥାଏ,ଜାଣନ୍ତୁ କଣ କଣ ?

ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ଓ ସୁସ୍ଥ ରହିବାକୁ ମଧ୍ୟ ଚାହାନ୍ତି, ତେବେ ଆପଣମାନଙ୍କ ପାଇଁ ଗୁଡ ହେଉଛି ସର୍ବୋତ୍ତମ ବିକଳ୍ପ। ଆମ ଆୟୁର୍ବେଦ ଗ୍ରନ୍ଥ ଅନୁସାରେ ଗୁଡରେ ଥିବା ତତ୍ତ୍ଵ ଆମ ଶରୀରର ଏସିଡର ଅଂଶକୁ କମ କରିଥାଏ।

ଖାଦ୍ଯ ଖାଇବା ପରେ ଖଣ୍ଡେ ଗୁଡ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ ହୋଇଥାଏ। ପୂର୍ବକାଳରୁ ଗୁଡକୁ ଅମୃତ ସମାନ ମଧ୍ୟ ମାନାଯାଏ। ରକ୍ତହୀନତା, ମୋଟାପଣ, ଥକାପଣ, ହାଡଗଣ୍ଠି ବ୍ୟଥା, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଏପରି ଅନେକ ପ୍ରକାର ରୋଗ ପାଇଁ ଗୁଡ ବହୁତ ଉପଯୋଗୀ ଅଟେ। ଯଦି ଆପଣ ୭ଦିନ ପର୍ଯ୍ୟନ୍ତ ସକାଳୁ ଉଠି ୫ଗ୍ରାମ ଲେଖାଏଁ ଗୁଡ ଖାଇ ଉଷୁମ ପାଣି ପିଇବେ ତେବେ ପେଟରେ ଗ୍ଯାସ, ଏସିଡିଟି, ପେଟ ଦରଜ, କୋଷ୍ଠକାଠିନ୍ୟ ପରି ସମସ୍ଯା ଜଡରୁ ଶେଷ ହୋଇଯିବ।

ଏହା ସହିତ ଗୁଡ ଆପଣଙ୍କର ପେଟକୁ ଭଲ ଭାବରେ ପରିଷ୍କାର ମଧ୍ୟ କରିବ। ବଜାରରୁ ଗୁଡ କିଣିବା ସମୟରେ ଚେଷ୍ଟା କରନ୍ତୁ ସବୁବେଳେ ଗାଢ ବା ତମ୍ବା ରଙ୍ଗର ଗୁଡ। ଏକ ଗବେଷଣାରୁ ଜଣାପଡିଛଯେ ଗୁଡ ତୁଳନାରେ ଚିନି ହଜମ ହେବାକୁ ୧୦ଗୁଣ ଅଧିକ ଶକ୍ତି ଖର୍ଚ୍ଚ ହୋଇଥାଏ। ଗୁଡ ଥଣ୍ଡା, କଫ ଭଳି ରୋଗକୁ ମଧ୍ୟ ଦୂର କରିଥାଏ। ଏହାକୁ ଆପଣ କଞ୍ଚା ଖାଇବାକୁ ଇଚ୍ଛା ନ କରୁଥିଲେ ମଧ୍ୟ ଏଥିରୁ ଚାହା କିମ୍ବା ଲଡୁ ପ୍ରସ୍ତୁତ କରି ମଧ୍ୟ ଆପଣ ଖାଇପାରିବେ।

ଗୁଡରେ ପ୍ରଚୁର ମାତ୍ରାରେ ଫସଫରସ ଥିବା କାରଣରୁ ଏହା କଫକୁ ଶାନ୍ତ କରିଥାଏ ଓ ଆରମ ଦେଇଥାଏ। ଆଜମା, ନିମୋନିଆ ପରି ରୋଗ ମଧ୍ୟ ଗୁଡ ଖାଇବା ଦ୍ଵାରା ଭଲ ହୋଇଯିବ। ଆନେମିଆ ବା ରକ୍ତହୀନତା ଥିବା ରୋଗୀମାନଙ୍କ ପାଇଁ ଗୁଡ ଖୁବ ଲାଭଦାୟକ। ଖାସ ଭାବରେ ମହିଳାମାନଙ୍କ ପାଇଁ ଏହା ବିଶେଷ ଉପକାରୀ ଅଟେ। ଗୁଡ ଆମ ରକ୍ତରୁ ଟକ୍ସିନ ଓ ଅଦରକାରୀ ପଦାର୍ଥକୁ ଅଲଗା କରି ଖୁବ ଭଲ ଭାବରେ ପରିଷ୍କାର କରିଥାଏ।

ଗୁଡ ଖାଇବା ଦ୍ଵାରା ଆମ ଶରୀରର ମେଟାବୋଲିଜିମ ମଧ୍ୟ ଠିକ ରହେ। ଯାହାଦ୍ଵାରା ଆମେ ଖାଉଥିବା ଖାଦ୍ଯ ଠିକ ସମୟ ମଧ୍ୟରେ ହଜମ ହେବା ସହ ସେଥିରୁ ପୋଷକତତ୍ତ୍ଵ ସଠିକ ଭାବରେ ଆମ ରକ୍ତରେ ମିଶିପାରେ। ଗୁଡ ଖାଇବା ଦ୍ଵାରା ଆପଣଙ୍କର ହଜମ କ୍ରିୟା ଭଲ ଭାବରେ ହେବ। ଯାହା ଦ୍ଵାରା ଗ୍ଯାସ ମଧ୍ୟ ହେବ ନାହିଁ। ଯେଉଁମାନଙ୍କୁ ଗ୍ଯାସର ସମସ୍ଯା ରହଛି ସେମାନେ ପ୍ରତ୍ୟେକ ଦିନ ଦିନରେ ଓ ରାତିରେ ଭୋଜନ କରିବା ପରେ ଖଣ୍ଡେ ଗୁଡ ଅବଶ୍ୟ ଖାଆନ୍ତୁ। ଦେଖିବେ ଏହି ସମସ୍ଯା ଶୀଘ୍ର ଭଲ ହୋଇଯିବ।

ଗୁଡରେ ପ୍ରଚୁର ପରିମାଣରେ ପୋଟାସିୟମ ମଧ୍ୟ ରହିଥାଏ, ଯାହା ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ବହୁତ ସହାୟକ ହୋଇଥାଏ। ଆପଣଙ୍କୁ ଅନିଦ୍ରାର ସମସ୍ଯା ଥିଲେ ରାତିରେ ଶୋଇବା ପୂର୍ବରୁ ଜାଇଫଳ ଗୁଣ୍ଡ ମିଶାଇ ଏକ ଗ୍ଳାସ କ୍ଷୀରକୁ ଭଲଭାବରେ ଗରମ କରନ୍ତୁ ଓ ସେଥିରେ ଅଧ ଚାମୁଚ ଗୁଡ ମିଶାଇ ଏହାକୁ ଉଷୁମ ଉଷୁମ ପିଇଦିଅନ୍ତୁ। ଏହା ଦ୍ଵାରା ନିଦ୍ରା ନ ହେବା ସମସ୍ଯା ମଧ୍ୟ ଆପଣଙ୍କର ଭଲ ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button