IBN ଓଡ଼ିଶା ବ୍ୟୁରୋ

ସୁସ୍ଥ କିଡନୀ ପାଇଁ କେତେ ଲିଟର ପାଣି ପ୍ରତିଦିନ ପିଇବା ଆବଶ୍ୟକ ?

ଆମେ ଆଜି ଆପଣମାନଙ୍କୁ ଏକ ବହୁତ ଗୁରୁତ୍ବପୂର୍ଣ୍ଣ ବିଷୟ ସଂପର୍କରେ କହିବା ପାଇଁ ଯାଉଛୁ, ଯାହାକୁ ଆପଣମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ। ଯେତେବେଳେ ଆମେ ଜନ୍ମ ଗ୍ରହଣ ହେଉ ସେତେବେଳେ ଆମ ଶରୀରରେ ୭୫ଭାଗ ଜଳ ଥାଏ, ମାତ୍ର ଯେତେବେଳେ ବୟସ ବଢେ ସେତେବେଳେ ଶରୀରରେ ଜଳର ପରିମାଣ ମଧ୍ୟ କମିଯାଏ। ଯୁବ ଅବସ୍ଥାରେ ପରୁଷଙ୍କ ପାଇଁ ଶରୀରରେ ୬୦ ପ୍ରତିଶତ ପାଣି ରହିଥିବା ସମୟରେ ମହିଳାମାନଙ୍କ ଶରୀରରେ ୫୫ ପ୍ରତିଶତଦ ପାଣିଥାଏ ବୋଲି ଜଣାପଡିଛି।

ଶରୀରରେ କୋଷିକାରେ ଅଧିକ ପାଣି ଥାଏ। ସୁସ୍ଥ ଦେଖାଯାଉଥିବା ହାଡ ଗୁଡିକରେ ମଧ୍ୟ କିଛି ମାତ୍ରାରେ ପାଣି ଥାଏ, ଠିକ ଭାବରେ ଦେଖିବାକୁ ଗଲେ ଆମ ଶରୀର ପ୍ରତ୍ୟେକ ଅଙ୍ଗ ଠିକ ଭାବରେ କାମ କରିବା ପାଇଁ ହେଲେ ପାଣିର ନିତ୍ୟାନ୍ତ ଆବଶ୍ୟକ ହୁଏ। ସେଥପାଇଁ ଗୋଟିଏ ଦିନରେ ଜଣେ ବ୍ୟକ୍ତି ଖାଦ୍ୟନଖାଇ ରହିପାରିବ ମାତ୍ର ପାଣି ନପିଇ ରହିବା ବହୁତ କଷ୍ଟ ସାଧ୍ୟ ଅଟେ।

ଶରୀର ପାଇଁ ପାଣିର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ। ସେଥ୍ପାଇଁ ଆସନ୍ତୁ ଜାଣିବା ପାଣି ସେବନ କରିବାର ସଠିକ ଉପାୟ ବିଷୟରେ। ଜଣେ ବ୍ୟକ୍ତିଙ୍କ ଶରୀରର ଆକାର, ଓଜନ,ଶାରୀରିକ କାର୍ଯ୍ୟ ଓ ପାଣିପାଗ ଉପରେ ନିର୍ଭର କରିଥାଏ। ପ୍ରତ୍ୟେକ ଦିନ ଜଣଙ୍କର ଶରୀରୁ ପରିସ୍ରା, ମଳତ୍ୟାଗ ଓ ଝାଳ ଦ୍ବାରା ପାଣିର ମାତ୍ରା ଲଗାତାର କମ ହୋଇଥାଏ ।

ଏହିପରି ଭାବରେ ଆମ ଶରୀରରୁ ଦୈନିକ ୨ ରୁ ୩ ଲିଟର ପାଣି କମିଥାଏ। ସାଧାରଣ ଭାବରେ ଜଣେ ପୁରୁଷଙ୍କର କ୍ଷେତ୍ରରେ ଦୈନିକ ଅଢେଇ ଲିଟରରୁ ସାଢେ ତିନି ଲିଟର ପାଣି ପିଇବା ଉଚିତ। ମହିଳାଙ୍କ କ୍ଷେତ୍ରରେ ୨ ରୁ ୩ ଲିଟର ପାଣି ପିଇବା ଶରୀର ପାଇଁ ହିତକର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହା ସହ ଆପଣ କେତେ ପାଣି ପିଇବେ ତାହା ନିର୍ଭର କରେ ଆପଣ କାମ କଣ କରୁଛନ୍ତି। ଜଣେ ଲୋକ ଅଫିସରେ ବସି କାମ କରୁଛି ଓ ଆଉ ଜଣେ ଲୋକ ଚାଷ ଜମିରେ କାମ କରୁଛି ତେବେ ଉଭୟଙ୍କ ପାଇଁ ଅଲଗା ରୁଟିନ ଅଛି। କାରଣ ଚାଷ ଜମିରେ ଯିଏ କାମ କରୁଛି ତାର ଅଧିକ ଝାଳ ବାହାରୁଛି ତେବେ ଯଦି ଆପଣଙ୍କ ଝାଳ ଅଧିକ ବାହାରୁଛି ତେବେ ଆପଣ ପାଣି ଅଧିକ ପିଇପାରିବେ ତଥା ୩ ରୁ ୪ ଲିଟର। ଯଦି ଆପଣ ଅଫିସ ବା ଘରେ ରହି କାମ କରୁଛନ୍ତି ଅଧିକ ଝାଳ ବାହାରୁ ନାହିଁ ତେବେ ଆପଣମାନଙ୍କ ପାଇଁ ଦୁଇରୁ ଅଢେଇ ଲିଟର ପାଣି ଯଥେଷ୍ଟ ଅଟେ।

ଆପଣମାନେ ଏହା ସହ ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ। ଅନେକ ଲୋକ ଭାବନ୍ତି ଖାଦ୍ୟ ହଜମ ହେବା ପାଇଁ ପାଣିକୁ ପିଆଯାଏ ହେଲେ ଖାଦ୍ୟ ହଜମ ହେବା ପାଇଁ ଏସିଡର ଆବଶ୍ୟକତା ଥାଏ ଯାହା ଆଗରୁ ଆମ ପେଟ ଭିତରେ ଥାଏ। ଆପଣମାନେ ଦିନରେ ଅଧିକ ଶୋଷ ହେଲେ ପାଣି ପିଇପାରିବେ ହେଲେ ସନ୍ଧ୍ୟା ପରଠାରୁ ଆପଣମାନେ କମ ପାଣି ପିଇବା ଉଚିତ। ରାତି ସମୟରେ ଅଧିକ ପାଣି ପିଇବା ଉଚିତ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button