ପ୍ରୋଷ୍ଟେଟ ବଢିବାର କାରଣ ଓ ଜାଣନ୍ତୁ ଏହାର ନିରାକରଣ
ନମସ୍କାର ବନ୍ଧୁଗଣ, ପୁରୁଷଙ୍କ ଠାରେ ପ୍ରୋଷ୍ଟେଟ ରହିଥାଏ । ଏହା ଏକ ସେକ୍ସ ଅରଗାନ ଅଟେ । ପୁରୁଷ ମାନଙ୍କ ୟୁରିନାରୀ ବ୍ଳାଡରର ସାମାନ୍ୟ ତଳେ ରହିଥାଏ ଏହି ପ୍ରୋଷ୍ଟେଟ । ପ୍ରୋଷ୍ଟେଟ ଜନ୍ମ ସମୟରୁ ରହିଥାଏ ପୁରୁଷମାନଙ୍କ ଶରୀରରେ । ପୁରୁଷ ମାନଙ୍କ ଶରୀରରେ ତିଆରି ହେଉଥିବା ସ୍ପର୍ମକୁ ପ୍ରୋଷ୍ଟେଟ ତରଳ ପଦାର୍ଥ ଯୋଗାଇ ଥାଏ । ଯାହାଦ୍ୱାରା ଶୂକ୍ରାଣୁ ମାନଙ୍କୁ ନ୍ୟୁଟ୍ରିସନ ମିଳିଥାଏ । ତେଣୁ ପ୍ରୋଷ୍ଟେଟର କାର୍ଯ୍ୟ ଅଟେ ରିପ୍ରଡକ୍ତକୁ ଆଶିଷ୍ଟ କରିବା । ଏବେ ଆସନ୍ତୁ ଜାଣିବା ଏହା ଯଦି ବଢିଯାଏ ତେବେ ଆପଣଙ୍କୁ କଣ କରିବା ଆବଶ୍ୟକ ।
ପ୍ରୋଷ୍ଟେଟ ଗ୍ଲାଣ୍ଡ ପୁରୁଷ ମାନଙ୍କ ଶରୀରରେ ବୟସ ଅନୁଯାୟୀ ବଢିବାକୁ ଲାଗିଥାଏ । 13 ରୁ 14 ବର୍ଷ ବୟସର ପୁରୁଷଙ୍କ ଶରୀରରେ ଏହା ପ୍ରଥମେ ଅଳ୍ପ ବଢିଥାଏ । ମେଲ ହରମୋନ ଟେଷ୍ଟୋଷ୍ଟିରନ ପ୍ରାୟ ପୁରୁଷଙ୍କ ଶରୀରରେ ସିକ୍ରିଟ ହୋଇଥାଏ । ଏବଂ ଏହି ପ୍ରୋଷ୍ଟେଟ ଗ୍ଲାଣ୍ଡ ଏହାଦ୍ବାରା ସେନସିଟିଭ ରହିଥାଏ । ଯାହାଦ୍ୱାରା ଆପଣଙ୍କ ପ୍ରୋଷ୍ଟେଟ ଅଳ୍ପ ଅଳ୍ପ ବଢିବାକୁ ଲାଗିଥାଏ ।
ପ୍ରୋଷ୍ଟେଟ ବଢିବା ଦ୍ଵାରା ସମସ୍ତଙ୍କୁ ଅସୁବିଧା ହୋଇନଥାଏ । କିଛି ଲୋକଙ୍କ କ୍ଷେତ୍ରରେ ଏହି ପ୍ରୋଷ୍ଟେଟ ବଢିବା ଦ୍ଵାରା ସମସ୍ୟା ଦେଖିବାକୁ ମିଳିଥାଏ । ଯେଉଁମାନଙ୍କୁ ପ୍ରୋଷ୍ଟେଟ ସମସ୍ୟା ଆସିଥାଏ ସେମାନଙ୍କୁ ବୟସ ସହ ପରିସ୍ରା କରିବା ପାଇଁ କଷ୍ଟ ହେବ । ପରିସ୍ରା ବାହାରିଲେ ମଧ୍ୟ ଧୀରେ ଧୀରେ ଅଟକି ଅଟକି ବାହାରିବ । ପରିସ୍ରାର ଯେଉଁ ପ୍ରେସରରେ ବାହାରୁଥିଲା ତାହା କମ ହୋଇଯିବ । ବାରମ୍ବାର ପରିସ୍ରା ଲାଗିବାର ସମସ୍ୟା ଦେଖା ଦେବ ।
ପରିସ୍ରା କରିକି ଆସିବା ପରେ ମଧ୍ୟ ତାଙ୍କୁ ଲାଗିବ ପରିସ୍ରା ଭଲରେ ହୋଇନାହିଁ । ପ୍ରୋଷ୍ଟେଟ ବଢିବା ଦ୍ଵାରା ଏହା ପରିସ୍ରା ନଳୀ ଉପରେ ଚାପ ପକାଇଥାଏ । ପ୍ରୋଷ୍ଟେଟ ବଢିବା କାରଣରୁ ଯେଉଁ ପୁରୁଷଙ୍କୁ ସମସ୍ଯା ହେବାକୁ ଲାଗିଥାଏ ସେମାନଙ୍କୁ ଡାକ୍ତର କିଛି ମେଡିସନ ଦେଇଥାନ୍ତି ଖାଇବା ପାଇଁ । ଯାହା ସେମାନଙ୍କ ପ୍ରୋଷ୍ଟେଟ କୁ କମାଇଥାଏ । ଏବଂ ପ୍ରୋଷ୍ଟେଟ ଦ୍ଵାରା ପରିସ୍ରା ନଳୀ ଉପରେ ପଡୁଥିବା ପ୍ରେସରକୁ କମ କରାଯାଏ ।
ମେଡ଼ିସିନ ଦ୍ଵାରା ଯାହାର ଏହି ସମସ୍ୟା ଦୂର ହୋଇନଥାଏ ସେମାନଙ୍କର ପ୍ରୋଷ୍ଟେଟ ଅପରେସନ କରାଯାଏ । ବର୍ତ୍ତମାନ ସମୟରେ ଲେଜର ଲାଇଟ ଦ୍ଵାରା ମଧ୍ୟ ପ୍ରୋଷ୍ଟେଟର ଚିକିତ୍ସା ସହଜରେ କରାଇଯାଇ ପାରୁଛି । ପ୍ରୋଷ୍ଟେଟ ସମସ୍ୟା ପାଇଁ ଲେଜର ଲାଇଟ ଚିକିତ୍ସା ବହୁତ ଅଧିକ ଭଲ ରହିଥାଏ । କିନ୍ତୁ ଏହା ସେହି ରୋଗୀଙ୍କ କ୍ଷେତ୍ରରେ କରାଯାଏ ଯେଉଁମାନଙ୍କର ହାର୍ଟ ଆଟାକ ଭଳି ସମସ୍ୟା ଆଗରୁ ଥିଲା ଆଉ ସେମାନେ ବର୍ତ୍ତମାନ ରକ୍ତକୁ ପତଳା କରିବାର ମେଡ଼ିସିନ ଖାଉଛନ୍ତି ।
ସେହି ରୋଗୀଙ୍କ କ୍ଷେତ୍ରରେ ଏହା କାରାଯାଏ । ନଚେତ ଏହାର ଚିକିତ୍ସା ବହୁତ ମହଙ୍ଗା ଅଟେ ତେଣୁ ସମସ୍ତଙ୍କ କ୍ଷେତ୍ରରେ ଏହାଛଡା ଅଲଗା ଉପାୟରେ ମଧ୍ୟ ଚିକତ୍ସା କରାଯାଇପାରିବ । ଆଶା କରୁଛୁ ଆଜିର ଏହି ବିଷୟଟି ଆପଣ ମାନଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ ଏବଂ ଆପଣଙ୍କୁ ଅନେକ କଥାର ସୂଚନା ମଧ୍ୟ ମିଳିପାରିଥିବ ।