IBN ଓଡ଼ିଶା ବ୍ୟୁରୋ

ଭେନେଜୁଏଲା ବିରୋଧୀ ଦଳ ନେତା ଏଡୱିନ୍ ସାଣ୍ଟୋସଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ଦଳ

ନୂଆଦିଲ୍ଲୀ,୨୬/୧୦: ଭେନେଜୁଏଲା ବିରୋଧୀ ଦଳ ଭୋଲୁଣ୍ଟାଡ ପପୁଲାର ନେତା ଏଡୱିନ୍ ସାଣ୍ଟୋସଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ଏନେଇ ଦଳ ପକ୍ଷରୁ ସୂଚନା ମିଳିଛି। ଏଥିସହ ଦଳ ଦାବି କରିଛି ଯେ ଶୁକ୍ରବାର ଦିନ ମୃତଦେହ ମିଳିବା ପୂର୍ବରୁ ସାଣ୍ଟୋସଙ୍କୁ ଭେନେଜୁଏଲା ସୁରକ୍ଷା ବାହିନୀ ଗିରଫ କରିଥିଲା। ଦଳ ସିଧାସଳଖ ଭେନେଜୁଏଲର ବାମପନ୍ଥୀ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଦାୟୀ କରିଛି ।

ଏଥିସହ ଅଭିଯୋଗ କରିଛି ଯେ ରାଜ୍ୟ ସୁରକ୍ଷା ବାହିନୀ ଦ୍ୱାରା ଅପହରଣ ହେବା ପରେ ସାଣ୍ଟୋସଙ୍କୁ ହତ୍ୟା କରାଯାଇଛି।

ନିକଟରେ ହୋଇଥିବା ନିର୍ବାଚନରେ ମଦୁରୋଙ୍କ ବିରୋଧରେ ଲଢିଥିବା ରାଷ୍ଟ୍ରପତି ପ୍ରାର୍ଥୀ ଗୋଞ୍ଜାଲେଜ ଉରୁଟିଆ କହିଛନ୍ତି ଯେ ଦେଶ ସତ୍ୟ ଚାହୁଁଛି ଏବଂ ଆବଶ୍ୟକ କରୁଛି। ଦଳ ନିଜ ବିବୃତ୍ତିରେ କହିଛି ଯେ,ସାଣ୍ଟୋସ ବୁଧବାର ବିଳମ୍ବିତ ରାତିରେ ଏଲ ପିନାଲକୁ ଯାଉଥିବାବେଳେ ସୁରକ୍ଷା ବାହିନୀ ଦ୍ୱାରା ତାଙ୍କୁ ଅପହରଣ କରାଯାଇଛି। ସେ କହିଛନ୍ତି ଯେ, ଶୁକ୍ରବାର ଦିନ ତାଙ୍କୁ କୁହାଯାଇଥିଲା ଯେ ନିଶ୍ଚିତ କରିଥିଲେ ଯେ ଗ୍ବାସଡୁଆଲିଟୋରେ ଭେନେଜୁଏଲାର ସାମରିକ କାଉଣ୍ଟର-ଇଣ୍ଟେଲିଜେନ୍ସ ଏଜେନ୍ସିର ମୁଖ୍ୟ କାର୍ଯ୍ୟାଳୟରେ ସାଣ୍ଟୋସଙ୍କୁ ରଖାଯାଇଛି। ଏଏଫପି ଭଲୁଣ୍ଟାଡ ପପୁଲାର ମୁଖପାତ୍ର ଆଡ୍ରିଏନା ପିଚାର୍ଡିଓଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ, ତାଙ୍କ ମୃତଦେହ ତାଙ୍କ ପତ୍ନୀଙ୍କ ଦ୍ୱାରା ଚିହ୍ନଟ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button