IBN ଓଡ଼ିଶା ବ୍ୟୁରୋ

ସକାଳୁ ଖାଲି ପେଟରେ ଖାଇ ନିଅନ୍ତୁ ଏହି ପତ୍ର : ଜାଣନ୍ତୁ ପିଜୁଳୀ ପତ୍ର ଖାଇବାର 5 ସ୍ଵାସ୍ଥଗତ ଫାଇଦା

ନମସ୍କାର ବନ୍ଧୁଗଣ, ଫଳ ଭଳି ଗଛର ପତ୍ର ମଧ୍ୟ ଆମକୁ ଅନେକ ଫାଇଦା ଦେଇଥାଏ । ଅନେକ ରୋଗର ନିବାରକ ହୋଇଥାଏ । କିନ୍ତୁ କଥା ହେଉଛି କି ସେହି ଗଛର ଔଷଧୀୟ ଗୁଣ ଆମକୁ ଜଣା ନଥାଏ ଯେଉଁଥି ପାଇଁ ଲୋକମାନେ ତାହାର ଉପଯୋଗ କରିପାରନ୍ତି ନାହିଁ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କି ଖାଲି ପେଟରେ ପିଜୁଳି ପତ୍ର ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ କେଉଁସବୁ ଫାଇଦା ମିଳିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

1- ପିଜୁଳି ପତ୍ର ଖାଇବା ଦ୍ଵାରା ଆପଣଙ୍କ ପାଚନ ତନ୍ତ୍ର ଠିକ ହୋଇଥାଏ ଏବଂ ମଜବୁତ ମଧ୍ୟ ହୋଇଥାଏ । ପିଜୁଳି ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟିମାଇକ୍ରୋବିଆଲ ଗୁଣ ରହିଥାଏ । ଏହା ଆମକୁ ଗ୍ୟାସ ଏବଂ ଅଲସର ଭଳି ରୋଗରୁ ବଞ୍ଚାଇଥାଏ । ଏହାର ଫାଇଦା ପାଇବା ପାଇଁ ଆପଣ ସକାଳେ ଖାଲି ପେଟରେ ପିଜୁଳି ପତ୍ର ରୁ 2ଟି ତୋଳି ଆଣନ୍ତୁ ଏବଂ ଏହାକୁ ଆପଣ ଚୋବାଇ ଖାଇ ନିଅନ୍ତୁ ।

2-  ଡାଇରିଆ ଭଳି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ପିଜୁଳି ପତ୍ର ବହୁତ ଫାଇଦା ପହଞ୍ଚାଇ ଥାଏ । ଏହାର ପତ୍ରର ସେବନ କରିବା ଦ୍ଵାରା ଶରୀରରେ ହେମୋଗ୍ଲୋବିନ ବଢିଥାଏ । ଏହା ସହିତ ପେଟର ବହୁତ ସମସ୍ୟାକୁ ଏହା ଦୂର କରିଦେଇଥାଏ । ଡାଇରିଆ ରୋଗୀ ମାନଙ୍କୁ ସକାଳ ସମୟରେ ଖାଲି ପେଟରେ ପିଜୁଳି ପତ୍ରର କାଢା ପ୍ରସ୍ତୁତ କରି ପିଇବା ଉଚିତ ।

3- ଶରୀରର ଓଜନ କମାଇବା ପାଇଁ ପିଜୁଳି ପତ୍ର ବହୁତ ସାହାର୍ଯ୍ୟ କରିଥାଏ । ଏହି ପତ୍ରରେ ଏଭଳି ଗୁଣ ରହିଛି ଯାହା ସୁଗାର ଏବଂ କାର୍ବୋହାଇଡ୍ରେଟର ଅଧିକ ଅବଜର୍ବସନକୁ ଅଟକାଇ ଥାଏ । ଆପଣ ପ୍ରତ୍ୟକ ଦିନ ସକାଳେ ଖାଲି ପେଟରେ ପିଜୁଳି ପତ୍ରର ସେବନ କରିବା ଆବଶ୍ୟକ ।4- ପିଜୁଳି ପତ୍ରରେ ଆଣ୍ଟି ଆଲର୍ଜି ଗୁଣ ମଧ୍ୟ ରହିଥାଏ । ଆଲର୍ଜି ପାଇଁ ହେଉଥିବା ଛିଙ୍କ,କାଶ ଏବଂ କୁଣ୍ଡାଇ ହେବାରୁ ଏହା ଆପଣଙ୍କୁ ମୁକ୍ତି ଦେଇଥାଏ । ପିଜୁଳି ପତ୍ରର ସଠିକ ଫାଇଦା ସକାଳ ସମୟରେ ଖାଲି ପେଟରେ ଖାଇବା ଦ୍ଵାରା ମିଳିଥାଏ ।

5-  ପିଜୁଳି ପତ୍ରରେ ଆଣ୍ଟିଇନଫ୍ଲାମେଣ୍ଟୋରି ଗୁଣ ରହିଥାଏ । ଯାହାକି ଆସ୍ଥାମ ରୋଗର ନିବାରକ ହୋଇଥାଏ । କିମ୍ବା ନିଶ୍ଵାସ ପ୍ରଶ୍ଵାସ ସହ ଜଡିତ ଅନ୍ୟ ଯେକୌଣସି ସମସ୍ୟାକୁ ଏକା ଠିକ କରିଦେଇଥାଏ । ଆପଣଙ୍କୁ ସତେଜ ପିଜୁଳି ପତ୍ର ନେଇ ଖାଇବା ଆବଶ୍ୟକ । ଭଲ ଭାବରେ ପତ୍ରକୁ ପାଣିରେ ଧୋଇ ଖାଇବା ଉଚିତ ।

ଗର୍ଭବତୀ ମହିଳା ମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ଖାଇବା ଅନୁଚିତ । ଯେଉଁମାନଙ୍କ ରକ୍ତଚାପ କମ ଏବଂ ସାଧାରଣ ଅଟେ ସେମାନେ ପିଜୁଳି ପତ୍ରର ଅଧିକ ସେବନ କରିବା ଉଚିତ ନୁହେଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button