ନିର୍ବାଚନ ଆଗରୁ ଜିତିଲା ବିଜେପି;ମୁଖ୍ୟମନ୍ତ୍ରୀ ସମେତ ୭ ପ୍ରାର୍ଥୀ ପିନ୍ଧିଲେ ବିଜୟ ଟୀକା
ନିର୍ବାଚନର ଏହି ଘଡିସନ୍ଧି ମୂହୁର୍ତ୍ତରେ ରାଜନେତାଙ୍କ ପାଇଁ ପ୍ରତିଟି ଦିନ ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ରାଜନୀତିରେ କେତେବେଳେ ଯେ କଣ ହେବ ତାହା ଅନୁମାନ କରିବା କଷ୍ଟକର । କିଏ ଆଜି ଦଳ ଛାଡିଲାଣି ତ କିଏ ଦଳରେ ମିଶିଲାଣି । ପୁଣି କିଏ ନିର୍ବାଚନ ଲଢିବ କହି ପରେ ଓହରି ଗଲାଣି । ତେବେ ଏପ୍ରିଲ ୧୯ରୁ ପ୍ରଥମ ପ୍ର ର୍ଯ୍ୟାୟ ମତଦାନ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ହିଁ ହାର ମାନିଲେଣି ବିରୋଧୀ । ଫଳରେ ଭୋଟ ପୂର୍ବରୁ ହିଁ ବିଜେପିକୁ ମିଳିଲାଣି ବଡ ସଫଳତା ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପ୍ରଥମ ପ୍ରର୍ଯ୍ୟାୟ ଭୋଟ ପାଇଁ ପ୍ରର୍ଥୀ ପ୍ରତ୍ୟାହାର ଶେଷ ତାରିଖ ରହିଛି । କିନ୍ତୁ ଏହା ପୂର୍ବରୁ ହିଁ ବିଜେପି ଆଗରେ ମୁଣ୍ଡ ନୁଆଁଇଛନ୍ତି ବିରୋଧୀ । ଫଳରେ ବିନା ଭୋଟିଂରେ ହିଁ ବିଜେପିର ବିଜୟ ହୋଇଛି । ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ହିଁ ବିଜେପିର ୮ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ନାଁ ମଧ୍ୟ ରହିଛି ।
ତେବେ ବିରୋଧୀ ଦଳ ପ୍ରାର୍ଥୀଙ୍କ ପକ୍ଷରୁ ନାମାଙ୍କନ ପତ୍ର ପ୍ରତ୍ୟାହାର ଏବଂ ଖାରଜ ହେବା ପରେ ୮ ଜଣ ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ତେବେ ପେମା ଖାଣ୍ଡୁ ଚଳିତ ନିର୍ବାଚନରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଧୀକାର କରିବେ । ତେବେ ଏପ୍ରିଲ ୧୯ରେ ଅରୁଣାଚଳ ପ୍ରଦେଶରେ ଏକ କାଳୀନ ଲୋକସଭା ଏବଂ ବିଧାନ ସଭା ଆସନ ପାଇଁ ହେବ ନିର୍ବାଚନ । ଯେଉଁଥିରେ ୬୦ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ରହିଛି । ଏହାପରେ ଜୁନ ୨ରେ ହେବ ଭୋଟ ଗଣତି ।