ରାଜ୍ୟ

୪୧ଡ଼ିଗ୍ରିରେ ସିଝିଲେ ମାଲକାନଗିରିବାସୀ – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷର ତାପମାତ୍ରା ୪୦ଡ଼ିଗ୍ରି ଅତିକ୍ରମ କରିଛି । ମାଲକାନଗିରିରେ ଶନିବାର ଦିନ ତାପମାତ୍ରା ସର୍ବାଧିକ ୪୧ଡ଼ିଗ୍ରି ଛୁଇଁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୦.୫, ବଲାଙ୍ଗୀରରେ ୪୦.୨, ନୟାଗଡ଼ରେ ୪୦, ଭୁବନେଶ୍ୱରରେ ୩୭ ଏବଂ କଟକରେ ୩୭.୬ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ।

ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଲୋକେ ସନ୍ତୁଳି ହେବେ । ଦିନ ୧୦ ଟାରୁ ଅପରାହ୍ନ ୩ ଟାକୁ ପିକ୍ ଆୱାର ଘୋଷଣା କରାଯାଇଛି । ଏହି ସମୟରେ ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଏଣେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରି ଅତିକ୍ରମ କରିବ ତାପମାତ୍ରା ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ । ଉପକୂଳ ଓଡ଼ିଶାରେ ୩୯ ଡିଗ୍ରି ସହ ୬୦ ପ୍ରତିଶତ ରହିବ ଆର୍ଦ୍ରତା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

The post ୪୧ଡ଼ିଗ୍ରିରେ ସିଝିଲେ ମାଲକାନଗିରିବାସୀ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button