ରାଜ୍ୟ

ଇସଲାମିକ୍ ଏବଂ ମୋଗଳକାଳର ପ୍ରଭାବ; ‘ଶହି ସ୍ନାନ’ ନାଁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସାଧୁ-ସନ୍ଥ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଉଜ୍ଜୈନରେ ପ୍ରତି ୧୨ ବର୍ଷରେ ଥରେ ମହାକୁମ୍ଭ ହୋଇଥାଏ । ୨୦୨୮ରେ ଉଜ୍ଜୈନର ଶୀପ୍ରା ନଦୀ କୂଳରେ ମହାକୁମ୍ଭ ଆୟୋଜନ ହେବ । ଏହାରି ଭିତରେ ସନ୍ଥମାନେ ଶାହି ସ୍ନାନ ଶବ୍ଦ ଉପରେ ଆପତ୍ତି ଉଠାଇ ନାମ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି । କିଛି ସନ୍ଥଙ୍କ କହିବା ଅନୁସାରେ ଏହି ଶବ୍ଦ ଇସଲାମିକ୍ ହେବା ସହ ଭାରତ ଉପରେ ମୋଗଲ ସାମ୍ରାଜ୍ୟର ପ୍ରଭାବକୁ ମନେ ପକାଉଛି ।

ତେଣୁ ଏହି ଶବ୍ଦକୁ ତୁରନ୍ତ ହଟାଯିବା ଦରକାର । ଆଖାଡ଼ା ପରିଷଦର ଅଧ୍ୟକ୍ଷ ରବୀନ୍ଦ୍ର ପୁରୀ ମହାରାଜ କହିଛନ୍ତି ଯେ ୧୩ ଆଖାଡ଼ା ସହ ଏହା ଉପରେ ଚର୍ଚ୍ଚା କରାଯିବ ଏବଂ ନାମ ପରିବର୍ତ୍ତନର ରୂପରେଖ ପ୍ରସ୍ତୁତ କରାଯିବ ।

ଉଜ୍ଜୈନରୁ ବାହାରୁଥିବା ମହାକାଳଙ୍କ ‘ଶାହି’ ସବାରୀକୁ ନେଇ ମଧ୍ୟ ସମାନ ପ୍ରକାର ବିବାଦ ଉଠିଥିଲା । ଏହାପରେ ପ୍ରଦେଶର ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ ଶାହି ସବାରୀ ନାଁ ପରିବର୍ତ୍ତନ କରି ‘ରାଜସୀ ସବାରୀ’ କରିଥିଲେ । ଏହାପରେ ଏବେ ସାଧୁସନ୍ଥ ଉଜ୍ଜୈନରେ ହେବାକୁ ଥିବା ସିଂହସ୍ଥ କୁମ୍ଭରେ ଶାହି ସ୍ନାନ ନାଁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଆଖାଡ଼ା ପରିଷଦର କହିବା ଅନୁସାରେ ମହାମଣ୍ଡଳେଶ୍ୱର ସହ ଚର୍ଚ୍ଚା ପରେ ନାଁ ପରିବର୍ତ୍ତନ ପ୍ରସ୍ତାବକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବଙ୍କ ସାମନାରେ ରଖାଯିବ ।

ଲାଇଭ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ ନିରଞ୍ଜନୀ ଆଖାଡ଼ାର ମହାମଣ୍ଡଳେଶ୍ୱର ଶ୍ଲେଷାନନ୍ଦ ମହାରାଜ କହିଛନ୍ତି ଯେ ଯାହାକ ଶାସନ ଥାଏ ତାର କାର୍ଯ୍ୟପ୍ରଣାଳୀ ଆସିଥାଏ । ଭାରତବର୍ଷ ସହ ମଧ୍ୟ ଏହା ହୋଇଛି । ମଧ୍ୟକାଳରେ ଆକ୍ରାନ୍ତଙ୍କ ପ୍ରଭାବ ଏପରି କିଛି ପଡ଼ିଥିଲା ଯେ ସେମାନଙ୍କ ଭାଷାର ବ୍ୟାପକତା ଦୈନନ୍ଦୀନ ଜୀବନରେ ବଢିଥିଲା । ଯଦି କୌଣସି ଶବ୍ଦରୁ ପରାଧୀନତା, ଆତଙ୍କର ଆଭାଷ ହୁଏ ତେବେ ତାହା ହଟାଯିବା ଦରକାର । ସେ କହିଛନ୍ତି ଯେ ମଧ୍ୟପ୍ରଦେଶ ଶାସନର ଗୋଟିଏ ଭଲ ପଦକ୍ଷେପ ଏହା ଯେ ସେମାନେ ମହାକାଳଙ୍କ ଶାହି ସବାରୀର ନାଁ ପରିବର୍ତ୍ତନ କରି ରାଜସୀ ସବାରୀ କରିଛନ୍ତି, ସେହିପରି ଏବେ ମହାକୁମ୍ଭରେ ଶାହି ସ୍ନାନର ନାଁ ପରିବର୍ତ୍ତନ କରି ଅମୃତ ସ୍ନାନ, ଦିବ୍ୟ ସ୍ନାନ କରାଯାଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button