IBN ଓଡ଼ିଶା ବ୍ୟୁରୋ

ଦାନ୍ତ ଯେତେ ବି ହଳଦିଆ କିମ୍ବା କଳା ହୋଇଥାଉ, କେବଳ 2 ମିନିଟରେ ମୋତି ଭଳି ଚମକିବ, ଶୀଘ୍ର କରନ୍ତୁ ଏହି ଘରୋଇ ଉପଚାର

ଦାନ୍ତର ଏନାମେଲ ପତଳା ହେବା କାରଣରୁ ଆମ ଦାନ୍ତ ହଳଦିଆ ପଡିଯାଏ । ଯାହା ବଂଶଗତ ସମସ୍ଯା ଯୋଗୁଁ ହୋଇଥାଏ । ଏହାବ୍ୟତୀତ ନିକୋଟିନ ଜାତୀୟ ପଦାର୍ଥ ଯଥା ବିଡି, ସିଗାରେଟ, ଗୁଟଖା ଆଦିର ସେବନ କରିବା ଦ୍ଵାରା ମଧ୍ୟ ଦାନ୍ତ କଳା କିମ୍ବା ହଳଦିଆ ପଡିଯାଏ । ସାନ୍ତ ଭଲଭାବେ ସଫା ନକରିବା ଦ୍ଵାରା ଦାନ୍ତରେ ବ୍ୟାକ୍ଟେରିଆ ଜନ୍ମ ନେଇ ଏନାମେଲ ଡ୍ୟାମେଜ କରିଥାନ୍ତି । ତେବେ ଆମେ ଆପଣଙ୍କୁ ଏମିତି ଏକ ଚମତ୍କାରୀ ଘରୋଇ ଉପଚାର ବତେଇବୁ ଯାହା ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦାନ୍ତ ମୋତି ଭଳି ଚମକିବ ।

 

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଏକ ଚାମୁଚ ମେଥି ଗୁଣ୍ଡ । କିଛି ମେଥି ନେଇ ଗ୍ରାଇଣ୍ଡିଙ୍ଗ କରି ସେଥିରୁ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଓ ଏକ ଛୋଟ ପାତ୍ରରେ ଏକ ଚାମୁଚ ମେଥି ଗୁଣ୍ଡ ନିଅନ୍ତୁ । ଏବେ ଆପଣ ଏଥିରେ ଚିମୁଟାଏ ହଳଦୀ ଗୁଣ୍ଡ ଓ ଅଳ୍ପ ଟୁଥପେଷ୍ଟ ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହି ପେଷ୍ଟରେ ଆପଣ ଦିନକୁ ଦୁଇଥର ବ୍ରଶ କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ଏକଦମ ସଫା ହୋଇଯିବ ।

ଦାନ୍ତ ଧଳା ହେବା ସହ ବ୍ୟାକ୍ଟେରିଆ ମଧ୍ୟ ଶେଷ ହୋଇଯିବ । ଏହି ଉପଚାରରେ ବ୍ରଶ କରିବା ପରେ ଆପଣଙ୍କୁ ମାଉଥ ୱାଶ କରିବାକୁ ହେବ । ଏହି ଦୁଇଟି ଉପଚାର ଏକାଠି କଲେ ଆପଣଙ୍କୁ ଖୁବ ଶୀଘ୍ର ଫାଇଦା ମିଳିବ । ଦାନ୍ତକୁ ଧଳା ରଖିବା ପାଇଁ ଆମ ପୂର୍ବ ପୁରୁଷମାନେ ବହୁ ପୁରାତନ କାଳରୁ ଏହି ପଦ୍ଧତିର ଉପଯୋଗ କରି ଆସୁଛନ୍ତି । ଏହା ବହୁତ ପ୍ରଭାବଶାଳୀ ଅଟେ ।

ଏଥିପାଇଁ ଆପଣ ଏକ ଚାମୁଚ ନଡିଆ ତେଲ ନେଇ ପାଟିରେ ରଖି ୫-୧୦ ମିନିଟ ଯାଏଁ ଭଲଭାବେ କୁଳି କରନ୍ତୁ । ନଡିଆ ତେଲ ଆମ ଦାନ୍ତ ଉପରେ ବସିଥିବା ମଇଳାକୁ ସଫା କରିଥାଏ ଏବଂ ବ୍ୟାକ୍ଟେରିଆକୁ ମଧ୍ୟ ମୂଳରୁ ଶେଷ କରିଥାଏ । ଯଦି ଏପରି କରିବା ପାଇଁ ଆପଣଙ୍କ ପାଖେ ସମୟ ନାହିଁ ତେବେ ଆପଣ ଗାଧୋଇବା ବେଳେ ପାଟିରେ ନଡିଆ ତେଲ ରଖି କିଛି ସମୟ କୁଳି କରନ୍ତୁ ଏବଂ ପାଟି ଧୋଇ ଦିଅନ୍ତୁ ।

ଏହି ଦୁଇଟି ଉପଚାରକୁ ଆପଣ ପ୍ରତିଦିନ କରନ୍ତୁ । ତେବେ ଏହାସହ ଆଉ ଏକ ଉପଚାର ମଧ୍ୟ ବତେଇବୁ ଯାହାକୁ ଆପଣ ସପ୍ତାହକୁ କେବଳ ଥରେ କରିବାକୁ ହେବ । ହାଇଡ୍ରୋଜେନ ପେରୋକ୍ସାଇଡ ଆଣ୍ଟି ସେପ୍ଟିକ ଭଳି କାମ କରିଥାଏ । ଏହା ପ୍ରତ୍ଯେକ ଟୁଥପେଷ୍ଟ ଓ ମାଉଥ ୱାଶ ବ୍ଯବହୃତ ହୋଇଥାଏ ।

ଆପଣ ଏକ ଆପତ୍ରରେ ଅଧ ଚାମୁଚ ବେକିଙ୍ଗ ସୋଡା ନିଅନ୍ତୁ ଓ ଦୁଇ ଚାମୁଚ ହାଇଡ୍ରୋଜେନ ପେରୋକ୍ସାଇଡ ଏଥିରେ ମିଶାନ୍ତୁ । ଏବେ ଏଥିରେ ଏକ ଚାମୁଚ ଟୁଥପେଷ୍ଟ ମିଶାଇ ଏକ ମିନିଟ ପର୍ଯ୍ୟନ୍ତ ବ୍ରଶ କରନ୍ତୁ । ଏହାକୁ ମାଢିରେ ଲାଗିବାକୁ ଦିଅନ୍ତୁ ଏବଂ ଦାନ୍ତ ସେନ୍ସିଟିଭ ହୋଇଥିଲେ ଏଥିରେ ଆପଣ ଅଳ୍ପ ପାଣି ମିଶାନ୍ତୁ । ଦେଖିବେ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button