ସ୍ୱାସ୍ଥ୍ୟ

ଡିପ୍ରେସନକୁ ଦୂର କରିବାର ୧୦ ଟି ଚମତ୍କାର ଟିପ୍ସ – Ibnodisha

[ad_1]

କାର୍ଯ୍ୟ ଭାର ଓ ପରିବେଶ ଚାପରେ ମଣିଷ ଜୀବନ ର ଗୋଟିଏ ଅଂଶ ହୋଇ ଯାଇଛି l ଷ୍ଟ୍ରେସ ଓ ଡିପ୍ରେସନ ର ପ୍ରଭାବ ଉଭୟ ଶାରୀରିକ ଓ ମାନସିକ ଭାବରେ ମଣିଷ ଉପରେ ପଡିଥାଏ l ଏହା ମଣିଷ ର ବ୍ୟବହାର କୁ ମଧ୍ୟ ପ୍ରଭାବିତ କରିଥାଏ l ଅତ୍ୟଧିକ ଡିପ୍ରେସନ ବ୍ୟକ୍ତିକୁ କ୍ରୋଧୀ ଓ ଚିଡ଼ିଚିଡା ସ୍ଵଭାଵ ର କରି ପକାଏ l

ଆଜି ଆସନ୍ତୁ ଜାଣିବା ଏହି ଡିପ୍ରେସନ କୁ ଦୂର କରିବା ର ୧୦ ଟି ଚମତ୍କାର ଟିପ୍ସ -:

୧ – ସବୁବେଳେ ମନରେ ସକାରାତ୍ମକ ଭାବନା ରଖନ୍ତୁ ଏହାଦ୍ୱାରା ମାନସିକ ଉତେଜନା ଖୁବ ସହଜ ରେ ମ୍ୟାନେଜ ହୋଇଥାଏ l

୨- ଯେଉଁ ଘଟଣା ଉପରେ ଆପଣଙ୍କର ନିୟନ୍ତ୍ରଣ ନାହିଁ ତାହାକୁ ଅଧିକ ଚିନ୍ତା କରନ୍ତୁ ନାହିଁ l

୩- ନିଜ ମଧ୍ୟରେ ଧର୍ଯ୍ୟ ରଖିବା ପାଇଁ କିଛି ସମୟ ନିଜ ପାଇଁ ବାହାର କରି ପ୍ରିୟ ଜନଙ୍କ ସହିତ ଅତିବାହିତ କରନ୍ତୁ l

୪- ସମୟ କୁ ଠିକ ଭାବରେ ମ୍ୟାନେଜ କରିବା ପାଇଁ ସମୟ ର ସଦୁପଯୋଗ କରନ୍ତୁ l

୫- କିଛି ସମୟ ଭଲ ବହି ପଢବା କିମ୍ବା ସଂଗୀତ ଶୁଣିବା ପାଇଁ ବାହାର କରନ୍ତୁ l ଏହା ମାନସିକ ଭାରସାମ୍ୟ କୁ ସନ୍ତୁଳିତ ରଖିଥାଏ l

୬- ମାନସିକ ଚାପ ହ୍ରାସ କରିବା ପାଇଁ ମନୋବିଜ୍ଞାନୀ ଙ୍କ ନିକଟକୁ ଯାଆନ୍ତୁ ଓ ଏଥିପାଇଁ ଉପାୟ ବାହାର କରନ୍ତୁ l

୭- ମେଡିଟେସନ ଓ ପ୍ରେୟାର , ଡିପ୍ରେସନ ଓ ମାନସିକ ଚାପ ପାଇଁ ଗୋଟିଏ ଔଷଧ ସହିତ ସମାନ l

୮ – ପ୍ରତିଦିନ ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣ ଡିପ୍ରେସନ ସମସ୍ୟା ଦୂର କରିଥାଏ l

୯- ଡିପ୍ରେସନ ସମୟରେ ନିଜର ହବି ଯାହାବି ପୂର୍ବରୁ ଥିଲା ତାହାକୁ ପୁନର୍ବାର ଆରମ୍ଭ କରନ୍ତୁ l ଦେଖିବେ ଏହା ଆପଣଙ୍କ ମାନସିକ ଚାପ କୁ ହାଲୁକା କରିବ l

୧୦- ନିଜ ମନର ଭାବନାକୁ ପ୍ରକାଶ କରିବା ପାଇଁ କିଛି ଲେଖାଲେଖି କରନ୍ତୁ l ଦେଖିବେ କେତେ ମାନସିକ ଶାନ୍ତି ମିଳିବ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button