ରାଜ୍ୟ

ସାଧାରଣ ନିର୍ବାଚନ-୨୦୨୪; ଭୋଟର୍ ପରିଚୟ ପତ୍ର ବିନା ଦେଇହେବ ଭୋଟ୍‌ – Ibnodisha

[ad_1]

 ଭୁବନେଶ୍ୱର: ଭୋଟର୍ ପରିଚୟ ପତ୍ର ବିନା ବି ଦେଇହେବ ଭୋଟ୍ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏ ସଂପର୍କରେ ସମସ୍ତ ପ୍ରିଜାଇଡିଂ ଅଫିସରଙ୍କୁ ରିଟର୍ଣ୍ଣିଂ ଅଫିସରମାନେ ଅବଗତ କରାଇବା ସହ ପ୍ରତି ବୁଥ୍‌ରେ ଉକ୍ତ ନିର୍ଦ୍ଦେଶନାମା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭାରତରେ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ହୋଇଥିଲେ ଭୋଟର ଭୋଟ୍ ଗ୍ରହଣ କେନ୍ଦ୍ରରେ ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ଭୋଟ୍ ଦେଇପାରିବେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଭୋଟର୍ ଫଟୋ ପରିଚୟ ପତ୍ର ଦେଖାଇବାକୁ ସମର୍ଥ ନହେବେ, ତେବେ ନିମ୍ନ ନିର୍ଦ୍ଧାରିତ ୧୨ଟି ବିକଳ୍ପ ଫଟୋ ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ଭୋଟ୍ ଦେଇପାରିବେ । ଉକ୍ତ ବିକଳ୍ପ ପରିଚୟ ପତ୍ରଗୁଡ଼ିକ ହେଲା ଆଧାର କାର୍ଡ, ମହାତ୍ମା ଗାନ୍ଧୀ ଜାତୀୟ ରୋଜଗାର ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ଦିଆଯାଇଥିବା ଫଟୋ ଲାଗିଥିବା ପାସ୍‌ବୁକ୍‌, ଶ୍ରମ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଏନ୍‌ପିଆର ଅନ୍ତର୍ଗତ ଆର୍ବିଜିଆଇ ଦ୍ୱାରା ଦିଆଯାଇଥିବା ସ୍ୱାର୍ଟ କାର୍ଡ, ଭାରତୀୟ ପାସ୍‌ପୋର୍ଟ, ଫଟୋ ସହିତ ପେନ୍‌ସନ୍ ଡକ୍ୟୁମେଣ୍ଟ, କେନ୍ଦ୍ର ସରକାର, ରାଜ୍ୟ ସରକାର, ସରକାରୀ ଉଦ୍ୟୋଗ, ପବ୍ଲିକ୍ ସେକଫର ଅଣ୍ଡରଟେକିଂ, ପବ୍ଲିକ୍ ଲିମିଟେଡ୍ କମ୍ପାନୀ ତରଫରୁ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥିବା ଫଟୋ ଲାଗିଥିବା ପରିଚୟ ପତ୍ର, ସାଂସଦ, ବିଧାୟକ,ବିଧାନ ପରିଷଦ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ପରିଚୟ ପତ୍ର, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ତରଫରୁ ପ୍ରଦାନ କରାଯାଇଥିବା ୟୁନିକ୍ ଡିଜାବିଲିଟି ପରିଚୟ ପତ୍ର (ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟ ପତ୍ର) । ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ନପାରିଲେ ଉପରୋକ୍ତ ୧୨ଟି ଫଟୋ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ମତଦାନ କେନ୍ଦ୍ରରେ ମତଦାତାମାନେ ଭୋଟ୍ ଦେଇପାରିବେ ।
ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି-ଯଦି ଭୋଟର ଫଟୋ ପରିଚୟ ପତ୍ରରେ ମୁଦ୍ରଣଗତ ତ୍ରୁଟି ଥାଏ ତାହା ଗ୍ରହଣୀୟ ହେବ । ଯଦି କୌଣସି ବୁଥ୍‌ରେ ଭୋଟର ତାଲିକାରେ ନାମ ପଞ୍ଜିକୃତ ହୋଇଥିବ ଏବଂ ଅନ୍ୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଭୋଟର ଫଟୋ ପରିଚୟ ପତ୍ର ଦିଆଯାଇଥାଏ ତାହା ମଧ୍ୟ ଗ୍ରହଣୀୟ ହେବ । ଏ କ୍ଷେତ୍ରରେ ଯଦି ଭୋଟରଙ୍କ ଚେହେରା ଭୋଟର ଫଟୋ ପରିଚୟ ପତ୍ରରେ ଥିବା ଫଟୋ ସହ ମିଶୁ ନଥିବ ତେବେ ଭୋଟର ବିକଳ୍ପ ୧୨ଟି ଫଟୋ ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ନିଜର ପରିଚୟ ପ୍ରମାଣ କରି ଭୋଟ୍ ଦେଇପାରିବେ । ବିଦେଶରେ ରହୁଥିବା ଭାରତୀୟମାନେ ନିଜର ମୂଳ ପାସ୍‌ପୋର୍ଟ ଦେଖାଇ ଭୋଟ୍ ଦେଇପାରିବେ ବୋଲି ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।
ଶ୍ରୀ ଧଳ ପୁଣି କହିଛନ୍ତି ଯେ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି କରିବା ତଥା ଭୋଟର୍‌ମାନଙ୍କୁ ଅଧିକ ସଚେତନ କରାଇବା ଉଦ୍ଦେଶ୍ୟରେ ମତଦାନ ତାରିଖର ୫ ଦିନ ପୂର୍ବରୁ ଭୋଟରମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମତଦାନ କେନ୍ଦ୍ର, ମତଦାନ ତାରିଖ ଓ ସମୟ ଇତ୍ୟାଦି ସୂଚନା ଜଣାଇବାକୁ ପଡ଼ିବ । ବିଶେଷକରି ଏହି ଧାର୍ଯ୍ୟ ଅବଧି ଭିତରେ ‘ଭୋଟର୍ ସୂଚନା ସ୍ଲିପ୍‌’ ପ୍ରଦାନ କରାଯିବାର ବ୍ୟବସ୍ଥା ହେବ । ଏଥିପାଇଁ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button