ଦେଶ

ଯୌତୁକ ଜୁଇରେ ଜଳିଗଲେ ବଧୂ – Ibnodisha

[ad_1]

young man dead, forest depat worker attacked thinking that he is a hunter

ନୋଇଡ଼ା: ଯୌତୁକଜନୀତ ହତ୍ୟା ମାମଲା ସମାଜରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ନୋଇଡ଼ାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଏବଂ ଶଶୁରଘର ଲୋକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶଶୁରଘର ଲୋକଙ୍କ ଦାବି ଅନୁସାରେ ପୀଡ଼ିତା ଯୁବତୀଙ୍କ ପରିବାର ଲୋକ ଏକ ଫର୍ଚୁନର କାର ଯୌତୁକରେ ଦେଇନପାରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। କେବଳ କାର୍‌ ନୁହେଁ, ତାହା ସହ ଶଶୁରଘର ଲୋକ ୨୧ ଲକ୍ଷ ଟଙ୍କା ବି ଯୌତୁକରେ ମାଗିଥିଲେ। ପୁଲିସ ନିକଟରେ କରିଥିବା ଅଭିଯୋଗରେ ପୀଡ଼ିତା କରିସ୍ମାଙ୍କ ଭାଇ ଦୀପକ କହିଛନ୍ତି ଯେ ସେ ଶୁକ୍ରବାର ଦିନ ସ୍ୱାମୀ ବିକାଶ ତାଙ୍କ ପିତାମାତା ଏବଂ ଭାଇଭଉଣୀ ମିଶିକରି କରିସ୍ମାଙ୍କୁ ଖୁବ୍‌ ମାଡ଼ ମାରିଥିଲେ ବୋଲି ତାଙ୍କ ଭଉଣୀ ନିଜ ଘରକୁ ଫୋନ୍‌ କରି ଜଣାଇଥିଲେ। ସେମାନେ ସେଠାରେ ପହଞ୍ଚି ଦେଖନ୍ତି ତ ସେମାନଙ୍କ ଝିଅ ମରିସାରିଛି। କରିସ୍ମା ଡିସେମ୍ବର ୨୦୨୨ ମସିହାରେ ବିକାଶଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତି ବିକାଶଙ୍କ ପରିବାର ସହିତ ଗ୍ରେଟର ନୋଏଡାର ଇକୋଟେକ୍ -୩ର ଖେଡ଼ା ଚାଉଗାନପୁର ଗ୍ରାମରେ ରହୁଥିଲେ। ଦୀପକଙ୍କ ଅନୁଯାୟୀ, ତାଙ୍କ ପରିବାର ବିବାହ ସମୟରେ ବରର ପରିବାରକୁ ୧୧ ଲକ୍ଷ ଟଙ୍କାର ସୁନା ଦେବା ସହିତ ବରର ପରିବାରକୁ ଏକ ଏସୟୁଭି ମଧ୍ୟ ଦେଇଥିଲେ। ତେବେ ବିକାଶଙ୍କ ପରିବାର ବାରମ୍ବାର ଅଧିକ ‌ଯୌତୁକ ଦାବି କରି ଆସୁଥିଲେ। ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଇଥଲେ ବୋଲି ସେ ଅଭିଯୋଗ କରିଛନ୍ତି।

The post ଯୌତୁକ ଜୁଇରେ ଜଳିଗଲେ ବଧୂ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button